ଅନୁଗୋଳ: ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଗୋଟିଏ ଦିନରେ 171 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ପ୍ରଶାସନର ଚିନ୍ତା ବଢୁଛି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରେ କଣିହାଁ ବ୍ଳକରୁ 51 ଜଣ ( 31ଜଣ ପୁରୁଷ ଓ 20 ଜଣ ମହିଳା ), ବଅଁରପାଳ ବ୍ଳକରୁ 36ଜଣ ( 19ଜଣ ପୁରୁଷ ଓ 17ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ 27ଜଣ ( 21ଜଣ ପୁରୁଷ ଓ 6ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ 20ଜଣ ( 15 ଜଣ ପୁରୁଷ ଓ 5 ଜଣ ମହିଳା ), ତାଳଚେର ବ୍ଲକରୁ 13 ଜଣ ( 13ଜଣ ପୁରୁଷ ), ପାଳଲହଡା ବ୍ଳକରୁ 8ଜଣ ( 4ଜଣ ପୁରୁଷ ଓ 4ଜଣ ମହିଳା ), ଛେଣ୍ଡିପଦା ବ୍ଳକରୁ 6 ଜଣ ( 4 ଜଣ ପୁରୁଷ ଓ 2ଜଣ ମହିଳା ), କିଶୋରନଗର ବ୍ଳକରୁ 5 ଜଣ ( 3ଜଣ ପୁରୁଷ ଓ 2ଜଣ ମହିଳା ), ଆଠମଲ୍ଲିକ ବ୍ଲକରୁ 3ଜଣ ( 2ଜଣ ପୁରୁଷ ଓ ଜଣେ ମହିଳା ) ଓ ଅନୁଗୋଳ ବ୍ଲକରୁ 2ଜଣ ( ଜଣେ ପୁରୁଷ ଓ ଜଣେ ମହିଳା) ଅଛନ୍ତି ।
ନୂଆ 171 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା 5591ରେ ପହଞ୍ଚି ଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବାବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଅନ୍ୟପଟେ ଜିଲ୍ଲାରୁ 133 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 18 ଜଣ କୋଭିଡ ହସପିଟାଲରୁ , 8ଜଣ କୋଭିଡ କେୟାର ସେଣ୍ଟରରୁ ଓ 107 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ