ETV Bharat / state

୩୨ ଦିନ ହେଲା ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ, ରାଜ୍ୟ ସରକାରଙ୍କୁ ବିଜେପି ମହିଳା ନେତ୍ରୀଙ୍କ ଟାର୍ଗେଟ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

8 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଅଙ୍ଗନବାଡି କର୍ମୀଙ୍କ ଧାରଣାକୁ ଆଜି 32 ଦିନରେ ପହଞ୍ଚିଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟ ସରକାରଙ୍କ ଏଭଳି ଅବହେଳା ନେଇ ବର୍ଷିଲେ ବିଜେପି ମହିଳା ମୋର୍ଚ୍ଚା ର ଜାତୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ ଓ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ

anganwadi workers protest
ରାଜ୍ୟ ସରକାରଙ୍କୁ ଟାର୍ଗେଟ
author img

By

Published : Dec 22, 2022, 8:11 PM IST

ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଅନୁଗୋଳ: 8 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ। ଧାରଣା ଆଜକୁ 32 ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଅଙ୍ଗନାବାଡ଼ି କର୍ମୀ ବସିଛନ୍ତି । ତେବେ ଆଜି ଅଙ୍ଗନବାଡିଙ୍କ ଏହି ଆନ୍ଦୋଳନ ସ୍ଥଳରେ ପହଞ୍ଚି ଥିଲେ ବିଜେପି ମହିଳା ମୋର୍ଚ୍ଚା ର ଜାତୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ ଓ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଏମାନେ ଆନ୍ଦୋଳନ ସ୍ଥଳରେ ଯୋଗ ଦେବା ସହ ସେମାନଙ୍କ ଦାବି ଯଥାର୍ଥ ଓ ରାଜ୍ୟ ସରକାର ତାଙ୍କ ପ୍ରତି ଅବହେଳା କରୁଥିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ ।

ଅନ୍ୟପଟେ କେନ୍ଦ୍ର ସରକାର ଯୋଜନା କରି ପଠାଉଛନ୍ତି ଆଉ ନବୀନ ବାବୁ ତାଙ୍କ ଷ୍ଟାମ୍ପ୍‌ ଲଗାଇ ଯୋଜନାକୁ ହରିଲୁଟ କରି ଭୋଟ୍‌ ହାତଉଥିବା ନେଇ କେନ୍ଦ୍ରୀୟ ସମ୍ପାଦିକା ଦୀପ୍ତି ରାୱତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ ସରକାର ମହିଳାଙ୍କ ସମ୍ମାନ କଥା କହୁଥିବା ବେଳେ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଚାଲିଛି । ମହିଳାମାନେ ରାଜରାସ୍ତାରେ, କିନ୍ତୁ ଏଥିପ୍ରତି ରାଜ୍ୟ ସରକାର ନଜର ଦେଉ ନାହାନ୍ତି । ତାହାଲେ ମହିଳାମାନଙ୍କୁ ଏହା କେଉଁ ଭଳି ସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକରୁ ୫ ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଗତ ମାସ ୨୧ ତାରିଖରୁ ଧାରଣ ଦେଇଥିଲେ । ମହାସଂଘ ଯେଉଁ ୮ ଦଫା ଦାବି ନେଇ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେହି ଦିନରୁ ସାରା ରାଜ୍ୟରେ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ । ଏଥିସହ ସରକାର ସେମାନଙ୍କ ଦାବି ପୂରଣ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି । ବିଶେଷ କରି ସେମାନଙ୍କୁ ସ୍ଥାୟୀ କରିବା, ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ସହ ଅନ୍ୟାନ୍ୟ ଦାବିଗୁଡିକ ପୂରଣ କରିବାକୁ ମହାସଂଘ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରି ଆସୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.