ETV Bharat / state

କୁରୁଡୁ ଗାଁରେ ହାତୀ ଉପଦ୍ରବ, ତୁନି ବସିଛି ବନ ବିଭାଗ

author img

By

Published : Jul 3, 2020, 7:17 PM IST

Updated : Jul 3, 2020, 8:27 PM IST

ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ଜଙ୍ଗଲ ଅଧ୍ୟୁଷିତ କୁରୁଡୁ ଗାଁରେ ବଢୁଛି ହାତୀ ଉପଦ୍ରବ । ଅନେକ ସମୟରେ ହାତୀପଲ ଗାଁରେ ପଶି ଲୋକଙ୍କ ଘରଦ୍ବାର ଭଙ୍ଗାରୁଜା କରିବା ସହ ପନିପରିବା ଫସଲ ନଷ୍ଟ କରୁଛନ୍ତି ।

anugul
କୁରୁଡୁ ଗାଁରେ ହାତୀ ଉପଦ୍ରବ

ଅନୁଗୁଳ: ହାତୀ ଉପଦ୍ରବରେ ବ୍ୟାପକ ପନିପରିବା ଫସଲ ନଷ୍ଟ ଅଭିଯୋଗ । ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ଜଙ୍ଗଲ ଅଧ୍ୟୁଷିତ କୁରୁଡୁ ଗାଁରେ ବଢୁଛି ହାତୀ ଉପଦ୍ରବ । ଅନେକ ସମୟରେ ହାତୀପଲ ଗାଁରେ ପଶି ଲୋକଙ୍କ ଘରଦ୍ବାର ଭଙ୍ଗାରୁଜା କରିବା ସହ ପନିପରିବା ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ମଧ୍ୟ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।

କୁରୁଡୁ ଗାଁରେ ହାତୀ ଉପଦ୍ରବ

କୁରୁଡୁ ଗାଁକୁ କୌଣସି ଗମନାଗମନ ସୁବିଧା ନଥିବାବେଳେ ଲୋକେ କେବେଳ ଚାଷବାସ କରି ପନିପରିବା ହାଟରେ ବିକି ଚଳନ୍ତି । କିନ୍ତୁ ହାତୀପଲ ସେମାନଙ୍କ କାକୁଡି, ଭେଣ୍ଡି, କଖାରୁ, ବାଇଗଣ ଆଦି ପନିପରିବା ଖାଇଦେବା ସହ ଦଳିଚକଟି ନଷ୍ଟ କରିଛନ୍ତି ।

ଫଳରେ ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହାଛଡା ଘର ନିକଟରେ ହାତୀପଲ ଯାଆସ କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ମାତ୍ର ଏନେଇ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 3, 2020, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.