ଅନୁଗୋଳ: ଜିଲ୍ଲା ବସଷ୍ଟାଣ୍ଡଠାରେ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତିକୁ ଶନିବାର ବିରୋଧ କରାଯାଇଛି । ଅଲ ଇଣ୍ଡିଆ ଡି.ଏସ.ଓ ଏବଂ ଡି.ୱାଇ.ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସରକାର ଶିକ୍ଷାର ମାନ ବଢାଇବା ପରିବର୍ତ୍ତେ ଶିକ୍ଷାନୁଷ୍ଠାନକୁ ବନ୍ଦ କରୁଛନ୍ତି । ବର୍ତ୍ତମାନ ସାରା ଓଡ଼ିଶାରେ 14 ହଜାର 339ଟି ସ୍କୁଲ ସହ 14ଟି ବି.ଇ.ଏଡ଼ କଲେଜ ସବୁକୁ ବନ୍ଦ କରିବାକୁ ଯାଉଛନ୍ତି । ବନ୍ଦ ହେଉଥିବା ବିଦ୍ୟାଳୟ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ 117ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ 1ଟି ବିଇଏଡ କଲେଜ ବନ୍ଦ ହେଉଛି । ତେବେ ଏହାକୁ 2 ସଂଗଠନ ବିରୋଧ କରିଛି । ସରକାରଙ୍କ ଏହି ଶିକ୍ଷାନୁଷ୍ଠାନ ବନ୍ଦ କରିବା ନିଷ୍ପତ୍ତିକୁ ପୁର୍ନବିଚାର କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଏହାସହିତ ଜାତୀୟ ଶିକ୍ଷାନୀତି-2020କୁ ବାତିଲ କରିବା ପାଇଁ ମଧ୍ୟ ଦାବି ହୋଇଛି । ସଂଗଠନର ଦାବି ପୂରଣ ମୁତାବକ ନିଷ୍ପତ୍ତିର ପୁନର୍ବିଚାର ନ କରାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ