ETV Bharat / state

ଲକଡାଉନ କଟକଣା କୋହଳ ପରେ କର୍ମକ୍ଷେତ୍ରକୁ ଫେରିଲେ ଶ୍ରମିକ - relaxation in lockdown

ସୋମବାର ଠାରୁ ଅନୁଗୋଳ ଜିଲ୍ଲାର ବିଭିନ୍ନ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ କଟକଣା କୋହଳ କରାଯାଇଛି । ଏହା ପରେ କିଭଳି ରହିଛି ସ୍ଥିତି ସେ ନେଇ କିଛି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।

after-relaxation-in-lockdown-labour-back-to-work
ଲକଡାଉନ କଟକଣା କୋହଳ ପରେ କର୍ମକ୍ଷେତ୍ରକୁ ଫେରିଲେ ଶ୍ରମିକ
author img

By

Published : Apr 20, 2020, 7:13 PM IST

ଅନୁଗୋଳ: କୋରୋନା ମୁକାବିଲା ପାଇଁ ଚାଲିଥିବା ତାଲାବନ୍ଦ କଟକଣାକୁ ଅନୁଗୋଳ ଜିଲ୍ଲାରେ କିଛି ମାତ୍ରାରେ କୋହଳ ହୋଇଛି । ଲକଡାଉନରେ ସବୁକିଛି ଠପ ହୋଇ ଯାଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଶ୍ରମିକମାନେ । ସୋମବାର ଠାରୁ ବିଭିନ୍ନ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ କଟକଣା କୋହଳ କରାଯାଇଛି । ଅନୁଗୋଳ ଜିଲ୍ଲାରେ କିଭଳି ରହିଛି ସ୍ଥିତି ସେ ନେଇ କିଛି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।

ଲକଡାଉନ କଟକଣା କୋହଳ ପରେ କର୍ମକ୍ଷେତ୍ରକୁ ଫେରିଲେ ଶ୍ରମିକ

ଆଜିଠାରୁ ସାମାଜିକ ଦୂରତା ମାନି କର୍ମକ୍ଷେତ୍ରରେ ଶ୍ରମିକମାନେ ବିଭିନ୍ନ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଛନ୍ତି । ବିଶେଷ କରି ସରକାର ମନରେଗା କାର୍ଯ୍ୟକ୍ରମରେ ଶ୍ରମିକମାନେ କାମ କରିବାକୁ ସରକାର ଅନୁମତି ଦେଇଛନ୍ତି । ଫଳରେ ଆଜିଠାରୁ କାମରେ ଯୋଗ ଦେଇଛନ୍ତି ଶ୍ରମିକ ମାନେ । ସରକାରୀ ଅଧିକାରୀ ଓ ସରପଞ୍ଚମନେ ନିଜେ ଉପସ୍ଥିତ ରହି ଏହି କାମକୁ ତଦାରଖ କରୁଛନ୍ତି । ସେପଟେ ଦୀର୍ଘ ଦିନ ପରେ ଶ୍ରମିକଙ୍କୁ କାମ ମିଳିଥିବାରୁ, ସେମାନେ ଏଥିପାଇଁ ନିଜର ଖୁସି ଜାହିର କରିଛନ୍ତି ।

ତେବେ ଖାଲି ସରକାରୀ କାମ ନୁହେଁ ବରଂ ବିଭିନ୍ନ ବେସରକାରୀ କ୍ଷେତ୍ରରେ ମଧ୍ୟ ଶ୍ରମିକମାନେ କାମ ଆରମ୍ଭ କରିଛନ୍ତି । ବିଶେଷ କରି ସଧାରଣ ଘର ନିର୍ମାଣରେ ମଧ୍ୟ ଶ୍ରମିକମାନେ ଆଜିଠାରୁ କାମ କରୁଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.