ଅନୁଗୋଳ: ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ପରଠାରୁ ବନ୍ଦ ଥିଲା ଖଣି । ଜିଲ୍ଲା ପ୍ରଶାସନ ତାଳଚେର ସୁରକ୍ଷା ମଞ୍ଚ, ଠିକାଦାର ସଂଘ, ତାଳଚେର ବିଧାୟକ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହ କରିଛନ୍ତି ଆଲୋଚନା । ଆଠ ଦିନପରେ ପୂର୍ବପରି ଖଣି ସ୍ବଭାବିକ ଭାବେ ଚାଲୁରହିବ ହେବ ବୋଲି ଆଲୋଚନା ପରେ କହିଛନ୍ତି ।
ମାଟି ଅତଡ଼ା ଧସି ଚାରି ଜଣଙ୍କ ଜୀବନ ଚାଲିଯିବା ପରେ ଅଶାନ୍ତ ରହିଥିଲା ଅଞ୍ଚଳ । ବନ୍ଦ ରହିଥିଲା କୋଇଲା ଖଣି । ଫଳରେ NTPC ରେ ଦେଖାଦେଇଥିଲା କୋଇଲା ସଙ୍କଟ । ବିଜୁଳି ଉତ୍ପାଦନରେ ସୃଷ୍ଟି ହୋଇଥିଲା ସମସ୍ୟା । ଏହା ସହ କୋଇଲା ଖଣି ଉପରେ ନିର୍ଭର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲା ପ୍ରଶାସନ ।
ମୃତ ଶ୍ରମିକଙ୍କ ପରିବାରକୁ ୩ କୋଟି ଟଙ୍କା କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି, ଖଣି ସୁରକ୍ଷା କାର୍ଯ୍ୟ ର ଯାଞ୍ଚ ଏହିଭଳି ଚାରୋଟି ଦଫା ନେଇ ତାଳଚେରର ଚାରୋଟି ସଂଗଠନ ଜିଲ୍ଲା ପ୍ରଶାଶନ ନିକଟରେ ଫେରାଦ ହୋଇଥିଲେ । ସୋମବାର ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଏମସିଏଲ ପରିଚାଳନା ନିର୍ଦେଶକଙ୍କ, ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ମୃତକଙ୍କ ପରିବାର ଲୋକଙ୍କସହ କରିଥିଲେ ଆଲୋଚନା । ସାତ ଦିନ ମଧ୍ୟରେ କ୍ଷତିପୂରଣ ଓ ସୁରକ୍ଷା କାର୍ଯ୍ୟର ତଦାରଖ ପାଇଁ ବୈଠକରେ ସହମତି ପ୍ରକାଶ ପାଇବା ପରେ ଖଣି ସ୍ବାଭାବିକ ହୋଇଛି ଖଣି ଅଞ୍ଚଳ । ଏହା ଆଗାମୀ 8 ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଭରତପୁର କୋଇଲା ଖଣି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ