ETV Bharat / state

ନାଳରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ ଜାରି

author img

By

Published : Sep 26, 2021, 8:12 AM IST

ବୋଉଳି ନାଳରୁ ମିଳିଛି ନର କଙ୍କାଳ । 13 ଦିନ ତଳେ ବନ୍ୟା ପାଣିରେ ଭାସି ଯାଇଥିବା ଯୁବକଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି । ପୋଲିସ କରୁଛି ଛାନ ଭିନ । ଅଧିକ ପଢନ୍ତୁ...

ନାଳରୁ ମିଳିଛି ନର କଙ୍କାଳ, ପୋଲିସର ଛାନଭିନ
ନାଳରୁ ମିଳିଛି ନର କଙ୍କାଳ, ପୋଲିସର ଛାନଭିନ

ଅନୁଗୋଳ: ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ପଞ୍ଚାୟତ ବୋଉଳି ନାଳରୁ ମିଳିଚି ମଣିଷ କଙ୍କାଳ । ନାଳ ମଧ୍ୟରେ ଥିବା ଏକ ବାଉଁଶ ବୁଦା ମଧ୍ୟରେ କଙ୍କାଳଟି ଲାଗି ରହିଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ନାଳରୁ ମିଳିଛି ନର କଙ୍କାଳ, ପୋଲିସର ଛାନଭିନ

ତେବେ ଗତ ବର୍ଷାରେ ବୋଉଳି ନାଳରେ ଆସିଥିବା ବନ୍ୟା ସ୍ରୋତରେ ନାଳ ପାର ବେଳେ ଜଣେ ଯୁବକ ନିଖୋଜ ହୋଇଥିଲେ। ମିଳିଥିବା କଙ୍କାଳ ତାଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ଷା ପାଣିରେ ଭାସିଯାଇ ନନ୍ଦପୁର ଗାଁର ନରେଶ ଗୋଛାୟତ ନିଖୋଜ ଥିଲେ । ନିଖୋଜ ନରେଶଙ୍କୁ ଖୋଜିବା ପାଇଁ ଅନୁଗୋଳ ଅଗ୍ନିଶମ ବାହିନୀ ବହୁ ଉଦ୍ୟମ କରିଥିଲା । ଯାହାର କି କୌଣସି ପତ୍ତା ମିଳିନଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.