ଅନୁଗୋଳ: ଜଙ୍ଗଲରୁ ମିଳିଲା ବାଘର ମୃତଦେହ(Leopard dead body) । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାଟୋପା ରେଞ୍ଜ ବାତ୍ରାଖୋଲ ଅଞ୍ଚଳରୁ ଠାବ ହୋଇଛି ଏହି ଅଣ୍ଡିରା କଲରାପତରିଆ ବାଘର ମୃତଦେହ । ସେପଟେ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ପାଇବା ପରେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏପଟେ ବନ ବିଭାଗ ପକ୍ଷରୁ କୌଣସି ସଠିକ ତଥ୍ୟ ମଧ୍ୟ ଦିଆଯାଇ ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ