ETV Bharat / state

ଏଡସ ଉଜାଡିଲା ସୁନାର ସଂସାର - HIV AIDS

ଏଡସ ରୋଗରେ ଆକ୍ରାନ୍ତ ହୋଇ ଶାଶୁଘର ପାଇଁ ଅଲୋଡା ହୋଇଛନ୍ତି ଅନୁଗୋଳ ଜଣେ ମହିଳା । ସ୍ବାମୀ ଚାଲିଗଲା ପରେ ବାପଘର ନିଜ ଦୁଇ ସନ୍ତାନଙ୍କ ସହ ବଞ୍ଚିବା ନିତିଦିନ କରୁଛନ୍ତି ସଂଘର୍ଷ ।

HIV/AIDS
ଏଡସ ଉଜାଡିଲା ସୁନାର ସଂସାର
author img

By

Published : Dec 1, 2019, 3:15 PM IST

ଅନୁଗୋଳ: ଏଡସ ନାଁ ଶୁଣିଲେ ମନରେ ଜାତ ହୁଏ ଭୟ । ଏହି ମାରାତ୍ମକ ରୋଗକୁ ଯାହାକୁ ହୋଇଛି ସେ ଜାଣେ ଜୀବନ ଜୀଇଁବା କେତେ କଷ୍ଟ । ଏମିତି ଏକ କାହାଣୀ ହେଉଛି ଅନୁଗୋଳ ଜିଲ୍ଲା ବଳରାମ ପ୍ରସାଦରେ ରହୁଥିବା ଏଚଆଇଭି ଏଡସରେ ଆକ୍ରାନ୍ତରେ ହୋଇଥିବା ମହିଳାଙ୍କର । ଏଡସରେ ଆକ୍ରାନ୍ତ ହୋଇ ସ୍ବାମୀ ପ୍ରାଣ ହରାଇଥିଲେ । ଶାଶୂଘର ଲୋକ ବି ପର କରିଦେଲେ । ଜୀବନ ଯନ୍ତ୍ରଣାରେ ଜର୍ଜରିତ ମହିଳା ପାଇଁ ସବୁ ଯୋଜନା ଯେମିତି ବାଟବଣା ହୋଇଯାଇଛି ।

ସବୁ ଝିଅଙ୍କ ପରି ଅସୁମାରି ସ୍ବପ୍ନ ନେଇ ସାତ ଜନମ ପାଇଁ ସ୍ବାମୀଙ୍କ ହାତ ଧରିଥିଲେ ଅନୁଗୋଳର ଝିଅ । ଆଶା ଥିଲା ହାତରେ ହାତ, ପାଦରେ ପାଦ ମିଶାଇ ଚାଲିବେ ଅନେକ ବାଟ । ହେଲେ ସବୁ ସ୍ବପ୍ନ ଛାରଖାର କରିଦେଲା ଏଚଆଇଭି ଭୂତାଣୁ । ସ୍ବାମୀ ଅନ୍ୟ ରାଜ୍ୟରେ ଟ୍ରକ ଚଳାଉଥିବା ବେଳେ ଏଚଆଇଭିରେ ଆକ୍ରାନ୍ତ ହୋଇ ହୋଇ ପ୍ରାଣ ହରାଇଲେ । ପରେ ଜଣାପଡିଲା ସ୍ତ୍ରୀଙ୍କୁ ବି ମାଡିବସିଛି ଏହି ଭୂତାଣୁ । ଆଉ ଏକଥା ଜାଣିବା ପରେ ସାତ ପର କରିଦେଲେ ଶାଶୂଘର ଲୋକ । ସ୍ବାମୀ ଏକାକରି ଚାଲିଗଲେ, ଶାଶୂଘର ପର କରିଦେଲେ ସିନା କିନ୍ତୁ ଜୀବନ ଯୁଦ୍ଧରେ ହାରିନାହାଁନ୍ତି ସେ । ବାପଘରେ ରହି ନିଜର ଦୁଇ ପିଲାଙ୍କୁ ମଣିଷ କରିବା ପାଇଁ ପ୍ରତି ମୁହୂର୍ତ୍ତ କରିଚାଲିଛନ୍ତି ସଂଙ୍ଘର୍ଷ ।

ଏଡସ ଉଜାଡିଲା ସୁନାର ସଂସାର

ଏଡସ୍ ଆକ୍ରାନ୍ତଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ଥରେ ନଜର ପକାନ୍ତୁ, ଜୀବନ ଜିଇଁବା ପାଇଁ ଏ ପରିବାର ପ୍ରତିଦିନ କିପରି କରୁଛି ଅହରହ ସଂଘର୍ଷ । ମୁଣ୍ଡ ଉପରେ ନା ଅଛି ଛାତ, ନା ଅଛି ରୋଜଗାରର ପନ୍ଥା । ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି 4 ପ୍ରାଣୀ । ଏହି ଅସହାୟ ପରିବାରକୁ ସାହା ହେବା ପାଇଁ ସରପଞ୍ଚକୁ ଜଣାଇଥିଲେ ଗାଁଲୋକେ ହେଲେ ଫଳ ଶୂନ । ଏନେଇ ଏଡସ୍‌ କଣ୍ଟ୍ରୋଲ ସୋସାଇଟି କର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରିଥିଲା ଇଟିଭି ଭାରତ, ଯାହାପରେ ତୁରନ୍ତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସେ ।

ଏଡସକୁ ନେଇ ସାମାଜିକ ବାଛନ୍ଦ ଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏଠି କିନ୍ତୁ ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା । ଗାଁଲୋକେ ଏ ପରିବାରକୁ ପର କରି ଦେଇ ନାହାଁନ୍ତି ବରଂ ପର କରିଦେଇଛି ସରକାରୀ ବ୍ୟବସ୍ଥା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଏଡସ୍ ସହ ଜୀବନ ଜୀଉଥିବା ମଣିଷ ଯେ କେତେ ଦୁଖରେ ଥାଏ ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଅନୁଗୋଳ ରେ । ସତେଯେମିତି HIV ଆକ୍ରାନ୍ତ ହେବାପରେ ଏହି ପରିବାର ଠାରୁ ମୁହଁ ଫେରାଇ ନେଇଛନ୍ତି ସମସ୍ତେ । ସ୍ଵାମୀ ଏଡସ୍ ରେ ମାରିବା ପରେ ଏବେ ବିଧବା ମା ଉପରେ ବୋଝ ହୋଇଯାଇଛି ବିଧବା ଝିଅ । ସବୁ ସାମାଜିକ କଟକଣା କୁ ଭୁଲି ପଡୋଶୀ ଆଦରି ନେଇଥିବା ବେଳେ ସରକାରୀ ନଜର କିନ୍ତୁ ତାଙ୍କ ଉପରେ ପଡୁନାହିଁ । Body:Vo – 1
ଏଡସ୍ ଯାହାର ନା ଶୁଣିଲେ ଯେ କେହିବି ଠାରେ ଚିହିଙ୍କି ଉଠେ । ହେଲେ ଏଡସ୍ ସହ ଜୀବନ ଜୀଉଥିବା ମଣିଷଟି ଯେ କେତେ କଷ୍ଟ ରେ ଥାଏ ତାର ଏକ ନଗ୍ନ ଉଦାହରଣ ହେଉଛି ଏହି ଘଟଣା । ଅନୁଗୋଳ ଜିଲ୍ଲା ବଳରାମ ପ୍ରସାଦ ଗାଁ ମଝିସାହିରେ ରୁହନ୍ତି ଏହି HIV ଆକ୍ରାନ୍ତ ବିଧବା ମହିଳା । ସ୍ଵାମୀ ବାହାର ରାଜ୍ୟରେ ରହି ଟ୍ରକ ଚଳାଉଥିବା ବେଳେ HIV ସଂକ୍ରମଣ ହୋଇଥିଲେ । ଆଉ ଯେଉଁଥିରେ ଯାଇଥିଲା ତାଙ୍କ ଜୀବନ । ସ୍ଵାମୀ ଚାଲିଯିବା ପରେ ଜଣା ପଡିଲା ଯେ ସ୍ତ୍ରୀ ମଧ୍ୟ HIV ଆକ୍ରାନ୍ତ । ଶାଶୁଘର ଲୋକେ ଘରୁ ତଡିଦେଲେ ଆଉ ତା ପରଠାରୁ ଏହି ମହିଳା ଜଣଙ୍କ ନିଜ ପିଲା ଦୁଇଟି ଙ୍କୁ ଧରି ବିଧବା ମା ଉପରେ ବୋଝ ହୋଇ ରହୁଛନ୍ତି । ଏବେ ଶୁଣନ୍ତୁ ଏମାନଙ୍କ ଦୁଖ ।
Byte – 1 ଏଡସ୍ ଆକ୍ରାନ୍ତ
Byte – 2 ଏଡସ୍ ଆକ୍ରାନ୍ତ ଙ୍କ ମା
Vo – 2
ଘରବୋଲି ବଖରାଏ ତାହା ପୁଣି ଭାଙ୍ଗିଗଲାଣି । ଛପର ନ ହୋଇ ଚାଳ ରେ ଘାଷ ଉଠିଗଲାଣି । କାନ୍ଥ ଭାଙ୍ଗିଯିବାରୁ ବାଉଁଶ ବାଦ ରେ ଆକଟ କରି ରଖିଛନ୍ତି ଘରକୁ । ସବୁଠାରୁ ବଡ କଥା ହେଲା ଆଜି ଦିନରେ ବି ତାଙ୍କ ଘରେ ବିଜୁଳି ନାହିଁ । ଅନ୍ଧାର ହେଲେ ଡିବିରି କି ଲଣ୍ଠନ ସେମାନଙ୍କ ଭରସା । ଘର ଖଣ୍ଡେ ପାଇଁ କେତେଲୋକଙ୍କୁ ଗୁହାରି କରିଥିଲେ ବି କିଛି ଲାଭ ହୋଇ ନାହିଁ । ତାଙ୍କ ପାଇଁ ଗାଁ ଲୋକେ ମଧ୍ୟ ସରପଞ୍ଚ ଙ୍କୁ କହିଛନ୍ତି ହେଲେ ଫଳ ସୁନ । ଗୋଟେପଟେ ସରକାର HIV ଆକ୍ରାନ୍ତ ଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ କାହିଁକି ଯେ ଏହି ପରିବାର ସବୁ ଯୋଜନା ରୁ ବାଦ ପଡିଛନ୍ତି ତାହା ଜଣାପଡୁନି । ଏନେଇ ଆମେ ଜିଲ୍ଲା ଏଡସ୍ କଣ୍ଟ୍ରୋଲ ଷୋସାଇଟି ର ପ୍ରଜେକ୍ଟ ମ୍ୟାନେଜର ଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବ କଥା କୌଠି କଣ ଭୁଲ ହୋଇଛି ତାର ତଦାରଖ କରାଯିବ । ପଲ୍ଲି ସଭାରେ ବୋଧ ହୁଏ ପାସ ନ ହୋଇଥିବାରୁ ଘରଖଣ୍ଡେ ପାଇବାରୁ ବାଦ ପଡିଛନ୍ତି ପରିବାର । ତୁରନ୍ତ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେ ।
Byte – 3 ପାଗିଳି ନାୟକ , ସ୍ଥାନୀୟ ୱାର୍ଡ ମେମ୍ବର
Byte – 4 ଅଖିଳ ପଣ୍ଡା , ସ୍ଥାନୀୟ ବାସିନ୍ଦା
Byte – 5 ଡାଃ ପ୍ରମିଳା ହୋତା , ଏଡସ୍ କଣ୍ଟ୍ରୋଲ ଷୋସାଇଟି ପ୍ରୋଜେକ୍ଟ ମ୍ୟାନେଜର
Conclusion:ଏଡସ୍ କୁ ନେଇ ସାମାଜିକ ବାଛନ୍ଦ ଭଳି ଅନେକ ଘଟଣା ସାମ୍ନା କୁ ଆସୁଥିବା ବେଳେ ଏଠି କିନ୍ତୁ ପଡୋଶୀ କି ଗ୍ରାମବାସୀ କେହି ଏହି ପରିବାର କୁ ପର କରି ଦେଇ ନାହାଁନ୍ତି ବରଂ ପର କରିଦେଇଛି ସରକାରୀ ବ୍ୟବସ୍ଥା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.