ଅନୁଗୋଳ: ଜିଲ୍ଲାପାଳଙ୍କ କଯ୍ୟାଳୟ ପାଲଟିଲା ଯୁଦ୍ଧ କ୍ଷେତ୍ର । ଜିଲ୍ଲା କଯ୍ୟାଳୟ ଭିତରେ ଦୁଇ ଗୋଷ୍ଠୀ ମୁହଁମହିଁ ଓ ଠେଲା ପେଲା। କୋଲ ୱାସେରି ଚାଲିବା ଓ ନ ଚାଲିବା କୁ ନେଇ ମୁହଁମହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଖୋଦ ଜିଲ୍ଲାପାଳ, ବିଧାୟକ ଓ ପୋଲିସ ର ଉପସ୍ଥିତି ରେ ଦେଖିବାକୁ ମିଳିଥିଲା ଏଭଳି ଅପ୍ରୀତିକର ପରିସ୍ଥିତି। ଅପ୍ରୀତିକର ପରିସ୍ଥିତିକୁ ପରେ ପୋଲିସ ପହଞ୍ଚି ସମାଧାନ କରିଛି ।
ଅଧିକ ପଢ଼ନ୍ତୁ: Assembly Election: ପରିବର୍ତ୍ତନକୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ୍ କଲେ ଖଡଗେ
ତାଳଚେର ଘଣ୍ଟାପଡା ଠାରେ କୋଇଲା ୱାସେରୀକୁ ନେଇ ଦୀର୍ଘ ୪ଦିନ ହେଲା ବିବାଦ ଲାଗି ରହିଛି। ଉଭୟ ସପକ୍ଷ ଗୋଷ୍ଠୀ ଏବଂ ବିପକ୍ଷ ଗୋଷ୍ଠୀ ମଧ୍ୟରେ ବିବାଦ ଏବଂ ହାତାହାତି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ବିପକ୍ଷ ଗୋଷ୍ଠୀ ଅଭିଯୋଗ କରିଛି ଯେ ଏଠାରେ କୋଇଲା ୱାସେରୀ ଯୋଗୁ ବ୍ୟାପକ ପ୍ରଦୂଷଣ ହେଉଛି। ଆଖପାଖ ଗାଁ ଗୁଡିକରେ ବଞ୍ଚିବା କଷ୍ଟକର ହୋଇ ପଡୁଛି। ତେଣୁ ୱାସେରୀକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଧାରଣାରେ ବସି ରହିଥିଲେ।
ଅନ୍ୟପକ୍ଷରେ ସପକ୍ଷ ଗୋଷ୍ଠୀ ଅଭିଯୋଗ କରିଛି ଏହି ୱାସେରୀ ଯୋଗୁ ଏ ଅଞ୍ଚଳର ଶତାଧିକ ଶ୍ରମିକ କାମ ପାଉଛନ୍ତି। ନିଜର ପରିବାର ଚଳାଇଛନ୍ତି। ତେଣୁ ଏଠାରୁ ୱାସେରୀ ଅନ୍ୟତ୍ର ସ୍ଥାନାନ୍ତର କରା ନଯାଉ । ଉଭୟ ପକ୍ଷ ଗୋଟିଏ ସ୍ଥାନରେ ଧାରଣାରେ ବସି ରହିବା ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ:Bypolls: ଆଜି 5 ରାଜ୍ୟର 6 ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ
ଆଲୋଚନାରେ ତାଳଚେର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନାରେ ସ୍ଥିର କରଗଲା ୱାସେରୀ ଚାଲୁ ରହିବ। କିନ୍ତୁ ପ୍ରଦୂଷଣ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ। ଆଲୋଚନା ଶେଷ ହେବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ପୁଣି କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା।
ସେଠାରେ ପୁଣି ତୀବ୍ର ଉତେଜନା ଦେଖା ଦେଇଥିଲା। ପୋଲିସ ପରିସ୍ଥିତି ଆୟତ୍ତ କରିଥିଲା। ତେବେ ଏହି ଘଟଣାକୁ ନେଇ ସନ୍ଧ୍ୟାରେ ଉଭୟ ପକ୍ଷ ଅନୁଗୁଳ ଥାନାକୁ ଆସି ପରଷ୍ପର ବିରୁଦ୍ଧରେ ଏତଲା ଦେଇଛନ୍ତି। ପୋଲିସ ଦୁଇଟି ଯାକ ଏତଲା ଗ୍ରହଣ କରି ଘଟଣାର ତଦନ୍ତ କରୁଛି।
ଇଟିଭି ଭାରତ, ଅନୁଗୋଳ