ଅନୁଗୋଳ: ଜିଲ୍ଲାର ପାଲଲହଡ଼ା ଥାନା ଅଞ୍ଚଳରେ ନଦୀରେ ଗାଧୋଉଥିବାବେଳେ ଅଘଟଣ । ମାଟି ଅତଡ଼ା ଖସି ଜଣେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମାଟି ଅତଡ଼ା ତଳେ ଫସି ରହିଥିବା ଅନ୍ୟ ୬ରୁ ୭ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅପରାହ୍ଣରେ ଗାଁ ନିକଟସ୍ଥ ମଙ୍କଡ଼ା ନଦୀ କୂଳରେ ୭ରୁ ୮ଜଣ ଛୋଟ ଛୁଆ ଖେଳୁଥିବାବେଳେ ହଠାତ ଏକ ମାଟି ଅତଡା ସେମାନଙ୍କ ଉପରେ ପଡ଼ିଥିଲା ।
ମାଟି ଅତଡ଼ା ଖସିବାରୁ ପାଣିରେ ବୁଡ଼ି ଜଣେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ଜାନକୀ ସିଙ୍କୁ ବୋଲି ଜଣା ପଡ଼ିଛି । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେମାନଙ୍କ ଅବସ୍ଥା ଭଲ ଅଛି ।
ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଘଟଣା ଘଟିଥିବା ସ୍ଥାନରେ ବାଲି ଘାଟ ରହିଛି ବେଳେ ବାଲି ଖୋଲା ଶେଷ ହୋଇଥିବାରୁ ମାଟି ସବୁ ବିପଦ ସଙ୍କୁଳ ସ୍ଥିତିରେ ରହିଥିବା ଅଭିଯୋଗ ହୋଇଛି । ଯାହାର ଫଳ ସ୍ୱରୂପ ଆଜିର ଏଭଳି ଏକ ଅଘଟଣରେ ଏକ କୁନି ଜୀବନ ଆଖି ବୁଜି ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ