ETV Bharat / state

ହାତୀ ଦାନ୍ତ କାଟିବା ଘଟଣାରେ 8 ଶିକାରୀ ଗିରଫ, ଦାନ୍ତ ଉଦ୍ଧାର

ହାତୀକୁ ମାରି ଦନ୍ତା କାଟି ନେବା ଘଟଣା । ଆଜି ସୁଦ୍ଧା 8ଙ୍କୁ ଗିରଫ କଲା ବନବିଭାଗ। ଜଙ୍ଗଲରେ ଲୁଚାଯାଇଥିବା ଦାନ୍ତ ମଧ୍ୟ ଉଦ୍ଧାର କରାଯାଇଛି ।

ହାତୀ ଦାନ୍ତ କାଟିବା ଘଟଣା 8 ଶିକାରୀ ଗିରଫ, ଦାନ୍ତ ଉଦ୍ଧାର

author img

By

Published : Oct 10, 2020, 10:05 AM IST

ଅନୁଗୋଳ: ଜିଲ୍ଲା ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀକୁ ମାରି ଦାନ୍ତ କାଟିନେବା ଘଟଣା। ସମ୍ପୃକ୍ତି ଅଭିଯୋଗରେ ପୁଣି 5 ଜଣକୁ ଗିରଫ କରିଛି ବନବିଭାଗ। ଏହାସହ କଟା ଯାଇଥିବା ହାତୀ ଦାନ୍ତକୁ ମଧ୍ୟ ଉଦ୍ଧାର କରିଛି । ଗତ 1 ତାରିଖ ଦେବଗଡ଼ ବନଖଣ୍ଡର ଅନୁଗୋଳ ଜିଲ୍ଲା ପାଲଲହଡା ବନାଞ୍ଚଳ ତପ୍ତଝରଣ ଗାଁ ପାଖ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା । ହାତୀକୁ ମାରି ଦାନ୍ତ କାଟି ନିଆ ଯାଇଥିବା ବିଭାଗ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା।

ପ୍ରଥମେ ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଣି 5 ଜଣକୁ ଗିରଫ କରିବା ସହ ଜଙ୍ଗଲରେ ଲୁଚାଯାଇଥିବା ଦାନ୍ତକୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସନ୍ଦିଗ୍ଧ ଏବେ ବି ଫେରାର ଥିବା ଡ଼ିଏଫଓ ସୂଚନା ଦେଇଛନ୍ତି ।

ହାତୀ ଦାନ୍ତ କାଟିବା ଘଟଣା 8 ଶିକାରୀ ଗିରଫ, ଦାନ୍ତ ଉଦ୍ଧାର

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଵୈସାଖୁ ନାୟକ, ଦଶରା ନାୟକ , କାଳିଆ ନାୟକ , କୁନା ମହନ୍ତ, ଜିତେନ୍ଦ୍ର ମହନ୍ତ, ମୁରଲୀ ମହନ୍ତ, ଶଙ୍କର ମହନ୍ତ ଏବଂ ସୁରେଶ ସବର ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.