ଅନୁଗୋଳ: ଡକାୟତି ଉଦ୍ୟମ କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି 7 ଅଭିଯୁକ୍ତ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଠାକୁର ଗଡ ଥାନା ପାଇକସାହି ଠାରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ । ଏହି ବ୍ୟାଙ୍କରୁ ଡକାୟତି ଉଦ୍ୟମ କରି ଗିରଫ ହୋଇଛନ୍ତି 7 ଜଣ ଅଭିଯୁକ୍ତ । ଏନେଇ ଅନୁଗୋଳ ଏସପି କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଚଳିତ ମାସ ୨ ତାରିଖରେ ଡକାୟତି ପାଇଁ ଏମାନେ ଉଦ୍ୟମ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଦୁଃଖବନ୍ଧୁ ନାଏକ , ମାନସ ବେହେରା , ହାଡ଼ି ବେହେରା ,ଗୌରାଙ୍ଗ ନାଏକ, ବୁଧୁଆ ନାଏକ ଏବଂ ଅନ୍ୟ 2 ଜଣ ନାବାଳକ ମଧ୍ୟ ସାମିଲ ଏଥିରେ ସାମିଲ ଥିଲେ । ଏମାନଙ୍କ ମଧ୍ୟରୁ ଦୁଃଖବନ୍ଦୁ, ମାନସ, ହାଡି, ଗୌରାଙ୍ଗ ଓ ଜଣେ ନାବାଳକ ପୁରୁଣା କୋଟ ଥାନା ଟାଇଁସି ଗାଁର ବୋଲି ଜଣାପଡିଛି ।
ସେହିପରି ବଧୁଆ ନାଏକ ଠାକୁର ଗଡ ଥାନା ମହୁଲନାଳିର ହୋଇଥିବା ବେଳେ ଆଉ ଜଣେ ନାବାଳକ ଗେଧିଲିମୁଣ୍ଡା ଗାଁର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଅଭିଯୁକ୍ତ ପୂର୍ବରୁ ଏକାଧିକ ଚୋରୀ ମାମଲାରେ ସମ୍ପୃକ୍ତ ଥିବା ନେଇ ସୂଚନା ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ