ETV Bharat / state

ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ - ଅନୁଗୋଳରେ ହାତୀ ଆକ୍ରମଣରେ ମୃତ

Elephant terror in Anugul: ଅନୁଗୋଳରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ । ସରକାରୀ ସହାୟତା ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ
ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ
author img

By ETV Bharat Odisha Team

Published : Dec 8, 2023, 1:31 PM IST

ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ

ଅନୁଗୋଳ: ଜିଲ୍ଲାରେ ହାତୀ ଆତଙ୍କ। ଗତକାଲି(ଗୁରୁବାର) ରାତିରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲାର ଶରଧାପୁର ଓ ଛେଳିଆପଡା ପୃଥକ ପୃଥକ ସ୍ଥାନରେ 2 ଜଣଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ସହ ବିଭିନ୍ନ ଦାବିରେ ଦୀର୍ଘ ସମୟ ଧରି ରାସ୍ତା ରୋକ କରିଥିଲେ ସ୍ଥାନୀୟବାସିନ୍ଦା । ତେବେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଏହି ରାସ୍ତା ରୋକ ହଟାଯାଇଛି ।

ଏହାମଧ୍ୟ ପଢନ୍ତୁ.. ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଫରେଷ୍ଟର ନିଲମ୍ବିତ, ଗାର୍ଡଙ୍କୁ ଜବାବ ତଲବ

ଅନୁଗୋଳ ଜିଲ୍ଲାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତକାଲି(ଗୁରୁବାର) ରାତିରେ ଅନୁଗୋଳ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ 2 ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ଶରଧାପୁର ଗ୍ରାମର ଗୁରୁ ନାଏକ ଓ ଛେଳିଆପଡା ଗ୍ରାମର ଆଇଁଠୁ ପ୍ରଧାନ । କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାତିରେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁ ନାଏକ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ.. ଫସଲ ଜଗିଥିଲେ, 2 ଚାଷୀଙ୍କୁ ଦଳିଦେଲା ଦନ୍ତା

ଅନ୍ୟପଟେ ଅନୁଗୋଳରେ ହାତୀ ଉପଦ୍ରବ ବଢୁଥିବା ବେଳେ ଏହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ବନ ବିଭାଗ ତଥା ସ୍ଥାନୀୟ ପ୍ରଶାସନର ପରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟଲୋକେ । ବାରମ୍ବାର ଏଭଳି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବାରୁ ଏହାକୁ ନେଇ ତାତିଥିଲେ ଗ୍ରାମବାସୀ । ମୃତକଙ୍କ ପରିବାରକୁ ଖୁବଶୀଘ୍ର ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିବା ସହ ଘରର ଜଣଙ୍କୁ ବନବିଭାଗ ପକ୍ଷରୁ ସରକାରୀ ଚାକିରି, ଗ୍ରାମର ଚାରିପାଖରେ ସୋଲାର ଲାଇଟ, ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଗ୍ରାମବାସୀମାନେ ରାସ୍ତା ରୋକ କରିଥିଲେ । ତେବେ ରାତି 9ଟାରୁ ଆଜି ଭୋର ପର୍ଯ୍ୟନ୍ତ ସାରା ରାତି ଧାରଣାରେ ବସିବା ପରେ ଆନ୍ଦୋଳନକାରୀଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା । ସେମାନଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା ।

ତେବେ ଅନୁଗୋଳ ଜିଲ୍ଲାରେ ବାରମ୍ବାର ହାତୀ ମଣିଷ ମୁହାଁମୁହିଁ ଘଟଣା ଦେଖିବାକୁ ମିଳୁଛି । ତେବେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.