ETV Bharat / state

ଅଣ୍ଡରପାସ୍ ନିର୍ମାଣ ଦାବିରେ 12 ଘଣ୍ଟିଆ ବନ୍ଦ ପାଳିଲା ପାଲଲହଡ଼ା

author img

By

Published : Dec 25, 2022, 6:51 AM IST

ଅନୁଗୋଳ ଜିଲ୍ଲା ପାଲଲହଡା ଜାତୀୟ ରାଜପଥ ମରାମତି ଏବଂ ଅଣ୍ଡରପାସ ନିର୍ମାଣ ଦାବିରେ 12 ଘଣ୍ଟିଆ ପାଲଲହଡା ବନ୍ଦ । ଶିବ ମନ୍ଦିରକୁ ଅଣ୍ଡର ପାସ ନିର୍ମାଣ ଦାବି ଏବଂ ବାରମ୍ବାର ଜାତୀୟରଜପଥ ପ୍ରାଧିକରଣ ଦ୍ୱାରା ପାଳଲହଡା ଉପଖଣ୍ଡକୁ ଅବହେଳା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

12 hour Pallahara bandh
12 ଘଣ୍ଟିଆ ପାଲଲହଡ଼ା ବନ୍ଦ
12 ଘଣ୍ଟିଆ ପାଲଲହଡ଼ା ବନ୍ଦ

ଅନୁଗୋଳ: ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ନେତୃତ୍ୱରେ ଗତକାଲି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିର ଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି । ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା ।

ଅଧାପନ୍ତରିଆ ପଡ଼ିରହିଛି ଜାତୀୟ ରାଜପଥ । ଯେତେ ଅଭିଯୋଗ କଲେ ବି କର୍ତ୍ତୃପକ୍ଷଙ୍କ ନିଘା ନାହିଁ । ଫଳରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ତେବେ ଏଠାରେ ଅଣ୍ଡରପାସ ନଥିବାରୁ ଏଭଳି ଅଘଟଣ ପ୍ରତ୍ୟେକ ଦିନ ଘଟୁଛି । ଏହାର ପ୍ରତିବାଦରେ ବିଧାୟକଙ୍କ ନେତୃତ୍ୱରେ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଥିଲା ।

ଏନେଇ ସ୍ଥାନୀୟ କାଇଁଶୀରିପାଲି ଠାରୁ ପିତିରି ଛକ ପର୍ଯ୍ୟନ୍ତ 70 କିମି ରାସ୍ତା ମରାମତି ସହ ପାଲଲହଡା ସଦରମହକୁମା ସ୍ଥିତ ସର୍ବପୁରାତନ ଶିବ ମନ୍ଦିରକୁ ଅଣ୍ଡର ପାସ ନିର୍ମାଣ ଦାବି କରାଯାଇଛି । ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ କଲେଜ ଛକ, ଶିଗଡି ଛକ ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଥିଲା । ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୧୪୯ ନମ୍ବରରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଉଭୟ ଜାତୀୟ ରାଜପଥ ଉପରେ ଶହଶହ ମାଲବାହୀ ଟ୍ରକ୍ ଅଟକି ଥିଲା ।

ଏହି ବନ୍ଦକୁ ସ୍ଥାନୀୟ ବଣିକ ସଂଘ, ଓକିଲ ସଂଘ, ବସ ମାଲିକ ସଂଘ ଏବଂ କେନ୍ଦ୍ରୀୟ ପୂଜା କମିଟି ସମର୍ଥନ କରିଛନ୍ତି । ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.