ETV Bharat / state

ଅନୁଗୋଳରେ ଦେଢ଼ ହଜାର ପାର୍‌ ହେଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Sep 9, 2020, 10:47 PM IST

ଜିଲ୍ଲାରେ ଦେଢ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଅନୁଗୋଳ ଜିଲ୍ଲାରୁ ପୁଣି ୧୦୯ କୋରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୩ରେ ପହଞ୍ଚିଛି ।

ଅନୁଗୋଳରେ ଦେଢ଼ ହଜାର ପାର୍‌ ହେଲା କୋରୋନା ଆକ୍ରାନ୍ତ ସଂଖ୍ୟା
ଅନୁଗୋଳରେ ଦେଢ଼ ହଜାର ପାର୍‌ ହେଲା କୋରୋନା ଆକ୍ରାନ୍ତ ସଂଖ୍ୟା

ଅନୁଗୋଳ: ଜିଲ୍ଲାରେ ଦେଢ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଅନୁଗୋଳ ଜିଲ୍ଲାରୁ ପୁଣି ୧୦୯ କୋରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୩ରେ ପହଞ୍ଚିଛି ।

ବୁଧବାର ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୩୨ ଜଣ ଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରୁ ୨୭ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୫ ଜଣ, ଛେଣ୍ଡିପଦା ଅଞ୍ଚଳରୁ ୯ ଜଣ, ଅନୁଗୋଳ ପୌରାଞ୍ଚଳରୁ ୮ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୭ ଜଣ। ସେହିପରି ତାଳଚେର ପୌରାଞ୍ଚଳରୁ ୩ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଓ ପାଲଲହଡା ବ୍ଲକ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି।

ଅପରପକ୍ଷରେ ଅନୁଗୋଳ ବ୍ଲକ ଅଞ୍ଚଳର ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି । ଏନେଇ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ଏହାରି ମଧ୍ୟରେ ବୁଧବାର ମଧ୍ୟ ଜିଲ୍ଲାରୁ ୪ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସୁସ୍ଥ ୪ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୫୪୫ ଜଣଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୫୪୯ରେ ପହଁଞ୍ଚିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.