ETV Bharat / sports

Tokyo Olympics: ଲାଗିଲା ଟିଭି, ଝିଅର ମ୍ୟାଚ ଦେଖିବେ ପିତା-ମାତା - ଭାରତୀୟ ମହିଳା ହକି ଟିମ

ଗଣମାଧ୍ୟମରେ ସାକ୍ଷାତକାର ବେଳେ ଜଣାପଡ଼ିଲା ଯେ ସଲିମାଙ୍କ ଘରେ ଟିଭି ନଥିବାରୁ ମାତା ପିତା ମ୍ୟାଚ ଦେଖି ପାରୁନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ନଜରକୁ ଏହି ଖବର ଆସିବା ପରେ ସଲିମାଙ୍କ ଘରେ ନୂଆ ଟିଭି ଲାଗିଲା । ଅଧିକ ପଢ଼ନ୍ତୁ...

Indian women’s hockey player Salima Tete, TV set installed in salima tete's home, parents can’t watch her match, saliama tete parents, ଝିଅର ମ୍ୟାଚ ଦେଖିବେ ପିତା-ମାତା, ଭାରତୀୟ ମହିଳା ହକି ଟିମ, ସଲିମା ଟେଟେ
Tokyo Olympics: ଲାଗିଲା ଟିଭି, ଝିଅର ମ୍ୟାଚ ଦେଖିବେ ପିତା-ମାତା
author img

By

Published : Aug 3, 2021, 10:55 PM IST

ହାଇଦ୍ରାବାଦ: ଅଲମ୍ପିକ ସେମିଫାଇନାଲରେ ପହଁଞ୍ଚିଛି ଭାରତୀୟ ମହିଳା ହକି ଟିମ । ଭାରତୀୟ ଝିଅ ମାନେ ସଭିଙ୍କୁ ଗର୍ବିତ କରିଛନ୍ତି । ତେବେ ଭାରତୀୟ ଟିମରେ ଥିବା ସମସ୍ତ ଖେଳାଳିଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ । ଆଉ ଟିମରେ ଏମିତି ଜଣେ ଖେଳାଳିଙ୍କ ପରିବାର ବି ଅଛନ୍ତି ଯାହାଙ୍କ ଘରେ ଟିଭି କିମ୍ବା କେବୁଲ ନାହିଁ ନିଜ ଝିଅକୁ ଖେଳୁଥିବା ବେଳେ ଦେଖିବା ପାଇଁ । ସେହି ଖେଳାଳି ହେଉଛନ୍ତି ଝାଡ଼ଖଣ୍ଡର ସଲିମା ଟେଟେ ।

ବୁଧବାର ଭାରତୀୟ ମହିଳା ହକି ଟିମ୍‌ ଆର୍ଜେଣ୍ଟିନା ସହ ସେମି ଫାଇନାଲ ଖେଳିବ । ଆଉ ଏପର୍ଯ୍ୟନ୍ତ ଭାରତୀୟ ଟିମ ଖେଳିବା ଗୋଟିଏ ବି ମ୍ୟାଚ ଦେଖିନାହାନ୍ତି ସଲିମାଙ୍କ ପିତାମାତା । ତେବେ ସଲିମାଙ୍କୁ ନେଇ ତାଙ୍କ ପିତାମାତାଙ୍କ ଗଣମାଧ୍ୟମରେ ସାକ୍ଷାତକାର ବେଳେ ଜଣା ପଡ଼ିଲା ଯେ ତାଙ୍କ ଘରେ ଟିଭି ନଥିବା ହେତୁ ସେମାନେ ଝିଅର ମ୍ୟାଚ ଦେଖି ପାରୁନାହାଁନ୍ତି ।

ଯାହାପରେ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଏହି ଖବର ଆସିଥିଲା ଆଉ ସଲିମାଙ୍କ ଘରେ ନୂଆ ଟିଭି ସହ ଲାଗିଥିଲା କେବୁଲ । ଯାହାପରେ ଝିଅର ମ୍ୟାଚ ଦେଖିବା ପାଇଁ ତାଙ୍କ ପିତାମାତା ଓ ପରିବାର ବେଶ୍‌ ଉତ୍ସୁକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.