ETV Bharat / sports

ପାରା-ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ, ଛୁଟିଲା ଶୁଭେଚ୍ଛାର ସୁଅ - ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା

ଟୋକିଓ ପାରାଲମ୍ପିକ୍‌ରେ ପାରା-ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

Tokyo Paralympics: Pramod Bhagat beats Bethell, clinches Gold for India in Badminton
ସୁନାପୁଅ ପ୍ରମୋଦଙ୍କ ପାଖକୁ ଛୁଟିଲା ଶୁଭେଚ୍ଛାର ସୁଅ
author img

By

Published : Sep 4, 2021, 6:09 PM IST

ଟୋକିଓ: ଚଳିତ ଟୋକିଓ ପାରାଲମ୍ପିକ୍‌ରେ ସୁନାରେ ଚମକିଲେ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ପୁରୁଷ ଏକକ SL3 ବର୍ଗରେ ପ୍ରମୋଦ ଜବରଦସ୍ତ ପ୍ରଦର୍ଶନ ସହ ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସ୍ବର୍ଣ୍ଣ ପଦକ ଫାଇନାଲ ମ୍ୟାଚ୍‌ରେ ୨୧-୧୪, ୨୧-୧୭ ସେଟ୍‌ରେ ଗ୍ରେଟ୍‌ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଏଥିସହ ଦେଶକୁ ଚତୁର୍ଥ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ବିଶ୍ବର ନମ୍ବର ୧ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ''ସ୍ବର୍ଣ୍ଣିମ ମୂହୂର୍ତ୍ତ'' ବୋଲି କହିଛନ୍ତି । ନବୀନ ଟ୍ବିଟରେ ଲେଖିଛନ୍ତି, "ପାରା-ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା । ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।"

  • ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020#ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India #Praise4Para pic.twitter.com/4gWBVU2d9Y

    — Naveen Patnaik (@Naveen_Odisha) September 4, 2021 " class="align-text-top noRightClick twitterSection" data=" ">

ସେହିପରି ରାଜ୍ୟପାଳ ଗଣେଷୀ ଲାଲ୍‌ ମଧ୍ୟ ବିଶ୍ବ ଚମ୍ପିଆନ, ପାରା ସର୍ଟଲର ପ୍ରମୋଦଙ୍କୁ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିବ ବୋଲି ରାଜ୍ୟପାଳରେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.