ଟୋକିଓ: ଭାରତର ପାରା ତୀରନ୍ଦାଜ ଖେଳାଳି ଜ୍ୟୋତି ବାଲିୟାନ ୧୫ତମ ସ୍ଥାନ ହାସଲ କରିଛନ୍ତି । ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସରେ 671 ପଏଣ୍ଟ ସହ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପ୍ରଥମ ରାଉଣ୍ଡରେ ୧୮ଟି ତୀର ପରେ ଜ୍ୟୋତି 168 ପଏଣ୍ଟ ସହିତ 24 ମଧ୍ୟରୁ 11 ତମ ସ୍ଥାନରେ ରହିଥିଲେ । ପରବର୍ତ୍ତୀ ୬ଟି ସୁଟକେ ଜ୍ୟୋତି 278 ପଏଣ୍ଟ ସହ 13 ତମ ସ୍ଥାନରେ ରହିଥିଲେ । ଅଧାରେ ୩୬ଟି ତୀର ସହିତ ୩୩୩ ପଏଣ୍ଟରେ ୧୩ତମ ସ୍ଥାନରେ ରହିଥିଲେ ।
ଦ୍ବିତୀୟ ରାଉଣ୍ଡରେ ଜ୍ୟୋତି ଆଉ 12ଟି ସଟ୍ ପରେ 444 ପଏଣ୍ଟ ସ୍କୋର କରି 16 ତମ ସ୍ଥାନକୁ ଖସି ଆସିଥିଲେ । ଏହି ଭାରତୀୟ ତୀରନ୍ଦାଜ ସମୁଦାୟ 556 ପଏଣ୍ଟ ସହ 16 ତମ ସ୍ଥାନରେ ଅନ୍ତିମ 12ଥ୍ରୋକୁ ଯାଇଥିଲେ । ଶେଷ ୬ଟି ସଟ୍ ପୂର୍ବରୁ ଜ୍ୟୋତି 613 ପଏଣ୍ଟ ସହ 16 ତମ ସ୍ଥାନରେ ରହିଥିଲେ । ଶେଷ ୬ଟି ସୁଟରେ ୫୮ ପଏଣ୍ଟ ପାଇବା ସହିତ 15 ତମ ସ୍ଥାନରେ ରହିଛନ୍ତି ।
@ANI