ETV Bharat / sports

ଆଗଉଛି ଅଲମ୍ପିକ୍‌, ବଢୁଛି କୋରୋନା ଗ୍ରାଫ୍‌ - ଟୋକିଓ ଅଲମ୍ପିକ

ଟୋକିଓ ଅଲମ୍ପିକ୍‌ରେ ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିଲା COVID । ଅଧିକ ପଢନ୍ତୁ...

Tokyo Olympics records highest single-day spike with 24 new COVID cases
ଆଗଉଛି ଅଲମ୍ପିକ୍‌, ବଢୁଛି କୋରୋନା ଗ୍ରାଫ୍‌
author img

By

Published : Jul 29, 2021, 2:45 PM IST

ଟୋକିଓ: ଅଲମ୍ପିକ ଆକାଶରେ ଅଦୃଶ୍ୟ କୋଭିଡ-୧୯ ଭୂତାଣୁର ଭୟ ସତ୍ତ୍ବେ ଆଗେଇ ଚାଲିଛି ପ୍ରତିଯୋଗିତା । ଟୋକିଓ ଅଲମ୍ପିକ ଆୟୋଜକ କମିଟି ଗୁରୁବାର ନୂଆ ୨୪ COVID-19 ପଜିଟିଭ କେସ୍‌ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି । ସଂକ୍ରମିତ ଚିହ୍ନଟ ସମସ୍ତ ସଦସ୍ୟ ଅଲମ୍ପିକ ଖେଳ ସହିତ ଜଡିତ । ଚଳିତ ମାସ ଆରମ୍ଭରୁ ଏଯାବତ ଅଲମ୍ପିକ କମିଟି ଚିହ୍ନଟ କରିଥିବା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ।

ଗୁରୁବାର ଚିହ୍ନଟ ୨୪ ନୂଆ କେସ୍‌ ସହିତ ମୋଟ ସଂଖ୍ୟା୧୯୩କୁ ବୃଦ୍ଧି ପାଇଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଟୋକିଓ ଅଲମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଆସିଥିବା ୩ଜଣ ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି । ଅଲମ୍ପିକ ଭିଲେଜରେ ୩ ସଂକ୍ରମିତ ଚିହ୍ନଟ ଖେଳାଳି ରହୁଥିଲେ । ଜାପାନରେ ୯,୫୮୩ ଓ ଟୋକିଓ ସହରରେ ୩,୧୭୭ ସଂକ୍ରମିତ ସହ ସର୍ବକାଳୀନ ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିବାର ଦିନକ ପରେ ଅଲମ୍ପିକ ଆୟୋଜକ କମିଟି ମଧ୍ୟ ଅଧିକ ସଂଖ୍ୟକ ପଜିଟିଭ ଖେଳାଳି ଚିହ୍ନଟ ହୋଇଥିବା ଘୋଷଣା କରିଛି ।

୨୪ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୫ଜଣ କଣ୍ଟ୍ରାକ୍ଟର ଓ ୬ଜଣ ଖେଳ ସହିତ ଜଡିତ ଅଧିକାରୀ ଅଛନ୍ତି । ୨୪ଜଣଙ୍କ ମଧ୍ୟରୁ ୧୭ଜଣ ଜାପାନ ବାସିନ୍ଦା । ବିଦେଶରୁ ମୋଟ ୩୯,୨୦୯ ଜଣ ସଦସ୍ୟ ଅଲମ୍ପିକ ପାଇଁ ଜାପାନକୁ ଆସିଥିବା କମିଟି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.