ETV Bharat / sports

Tokyo Olympics: ସେମି ପରାଜୟର କାରଣ କହିଲେ କୋଚ୍‌

author img

By

Published : Aug 3, 2021, 1:12 PM IST

ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମୁକାବିଲାର ପରାଜିତ ଟିମ ସହ ବ୍ରୋଞ୍ଜ ପଦକ ମ୍ୟାଚ ଗୁରୁବାର ଖେଳିବ ଭାରତ । ଅଧିକ ପଢନ୍ତୁ...

Tokyo Olympics: Needed to build on our 2-1 lead, not doing so cost us, says hockey coach Reid
Tokyo Olympics: ସେମି ପରାଜୟର କାରଣ କହିଲେ କୋଚ୍‌

ଟୋକିଓ: ଭାରତୀୟ ପୁରୁଷ ହକି ଟିମର ମୁଖ୍ୟ କୋଚ ଗ୍ରାହାମ ରେଡ୍‌ ସେମିଫାଇନାଲରେ ମନପ୍ରୀତ ବାହିନୀଙ୍କ ପରାଜୟରେ ନିରାଶ ହୋଇଛନ୍ତି । ମଙ୍ଗଳବାର ଖେଳାଯାଇଥିବା ବେଲଜିୟମ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକ ସମୟରେ ୨-୧ ରେ ଆଗୁଆ ରହିଥିଲା ଭାରତ । ମାତ୍ର ଏହି ଲିଡ୍‌କୁ ଆଗକୁ ନ ବଢାଇପାରିବା ମହଙ୍ଗା ସାବ୍ୟସ୍ତ ହେଲା ବେଲି କହିଛନ୍ତି କୋଚ୍‌ ରେଡ୍‌ ।

ବେଲଜିୟମ ହାଇଭୋଲଟେଜ ଅଲମ୍ପିକ ହକି ସେମିଫାଇନାଲରେ ୫-୨ରେ ଭାରତୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଏହି ମ୍ୟାଚର ବିଜେତା ଟିମକୁ ଫାଇନାଲରେ ଭେଟିବ ବେଲଜିୟମ ।

ରେଡ୍‌ କହିଛନ୍ତି, "ଆମେ ମ୍ୟାଚ ବିଜୟ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଥିଲୁ । ଆମେ ଜାଣିଥିଲୁ ବେଲଜିୟମ କମବ୍ୟାକ କରିବ, ସେମାନେ ଅନ୍ୟତମ ଶ୍ରେଷ୍ଠ ଟିମ । ୨-୧ର ଅଗ୍ରଣୀକୁ ଆଗକୁ ବଢାଇବାର ଥିଲା, ମାତ୍ର ଏହା କରିବାରେ ଆମେ ବିଫଳ ହେଲୁ । ଏହାର ପରିଣାମ ଆମକୁ ଭୋଗିବାକୁ ପଡିଲା । ଦୁର୍ଭାଗ୍ୟପୂର୍ଣ୍ଣ ଦିନ ଯେ ପେନାଲିଟି କର୍ଣ୍ଣର ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଗଲା ।

ଯେତେବେଳେ ପ୍ରତିପକ୍ଷ ଟିମର ୧୦ ଜଣ ଖେଳାଳି ଅଛନ୍ତି, ଏହାର ଫାଇଦା ଉଠାଇନେଲା ଅନ୍ୟ ଟିମ ଏହା ମ୍ୟାଚର ମୋଡ ବଦଳାଇଦେଲା, ସମସ୍ତ ୧୧ଜଣ ଖେଳାଳି ପଡିଆରେ ରହିବା ଜରୁରୀ । ଲୟ ପ୍ରାପ୍ତ କରିବା ପରେ ବଳବତ୍ତର ରଖିବା ଖେଳ ହେଉଛି ହକି । ଗ୍ରୀନ କାର୍ଡ ମହଙ୍ଗା ସାବ୍ୟସ୍ତ ହେଲା । ଥରେ ଲୟ ହରାଇଲେ ଫେରିପାଇବା କଷ୍ଟକର । ତୃତୀୟ ସ୍ଥାନରେ ରହିବାକୁ ଓ ବ୍ରୋଞ୍ଜ ପଦକ ଜିତିବାକୁ ହେଲେ, ଶ୍ରେଷ୍ଠ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆ କିମ୍ବା ଜର୍ମାନୀକୁ ହରାଇବାକୁ ପଡିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.