ଟୋକିଓ: ଇତିହାସ ରଚିଲେ ଜାପାନର 13 ବର୍ଷୀୟା କୁନି ଝିଅ ମୋମିଜି ନିସିୟା । ପ୍ରଥମ ଥର ପାଇଁ ଅଲମ୍ପିକରେ ସାମିଲ କରାଯାଇଥିବା ଷ୍ଟ୍ରିଟ୍ ସ୍କେଟବୋର୍ଡିଂ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିସିୟା । ଏହି ଇଭେଣ୍ଟରେ ଦୁଇଜଣ ସର୍ବକନିଷ୍ଠ ପ୍ରତିଯୋଗୀ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।
15.26 ସ୍କୋର ସହ ଅଲମ୍ପିକ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ସ୍ବର୍ଣ୍ଣ ବିଜୟିନୀ ମୋମିଜି । ଶେଷ ତିନୋଟି ପ୍ରୟାୟରେ ସେ ହାସଲ କରିଥିଲେ (4.15, 466 ଓ 3.43) ପଏଣ୍ଟ, ଯାହାକି ପଦକ ବିଜୟ ପୋଡିୟମରେ ଶୀର୍ଷ ସ୍ଥାନରେ ଠିଆ ହେବାକୁ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଯଥେଷ୍ଠ ଅଧିକ ଥିଲା । ବ୍ରାଜିଲର 13 ବର୍ଷୀୟା ରେୟସା ଲିଲ ଓ 16 ବର୍ଷୀୟା ଫୁନା ନାକାୟାମାଙ୍କୁ ହରାଇ ଅଲମ୍ପିକ ୱେବସାଇଟ ଅନୁଯାୟୀ, ସର୍ବକନିଷ୍ଠ ଅଲମ୍ପିକ ପୋଡିୟମ ହୋଇଛନ୍ତି ମୋମିଜି ।
2021 ରୋମ୍ ବିଶ୍ବ ଚମ୍ପିଆନସିପରେ ପୂର୍ବରୁ ରୌପ୍ୟ ପଦକ ଜିତିଛନ୍ତି ମୋମିଜି । ତେବେ ଅଲିମ୍ପିକ୍ ଇତିହାସରେ ସର୍ବକନିଷ୍ଠ ବିଜେତା ହେଉଛନ୍ତି ଆମେରିକୀୟ ଡ୍ରାଇଭର୍ ମାର୍ଜୋରୀ ଗେଷ୍ଟ୍ରିଙ୍ଗ୍, ଯିଏ ୧୯୩୬ ବର୍ଲିନ୍ ଗେମ୍ସରେ ୩ ମିଟର୍ ସ୍ପ୍ରିଙ୍ଗ୍ବୋର୍ଡ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମାତ୍ର ୧୩ ବର୍ଷ ୨୬୮ ଦିନରେ ଏହି ସଫଳତା ପାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ