ETV Bharat / sports

Tokyo Olympics, Day 5: କ୍ବାର୍ଟର ଫାଇନାଲରେ ଆସାମ ବକ୍ସର ଲଭଲିନା ବୋର୍ଗହେନ

author img

By

Published : Jul 27, 2021, 11:52 AM IST

Updated : Jul 27, 2021, 2:09 PM IST

ମହିଳା ୬୯ କିଲୋଗ୍ରାମ ଓଜନ ବର୍ଗରେ ଜର୍ମାନୀର ନାଦିନେ ଆପଟ୍‌ଜଙ୍କୁ ୩-୨ରେ ହରାଇଛନ୍ତି ଲଭଲିନା ବୋର୍ଗହେନ । ଅଧିକ ପଢନ୍ତୁ...

Tokyo Olympics, Day 5: Boxer Lovlina Borgohain beats Germany's Nadine in Round of 16
Tokyo Olympics, Day 5: ଜର୍ମାନୀର ନାଦିନେଙ୍କୁ ହରାଇଲେ ବକ୍ସର ଲଭଲିନା ବୋର୍ଗହେନ

ଟୋକିଓ: ଦୁଇ ଥରର ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜୟିନୀ ଲଭଲିନା ବୋର୍ଗହେନ ଦମଦାର ବିଜୟରୁ ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ୬୯ କିଲୋଗ୍ରାମ ଓଜନ ବର୍ଗରେ ଜର୍ମାନୀର ନାଦିନେ ଆପଟ୍‌ଜଙ୍କୁ ହରାଇଛନ୍ତି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଲଭଲିନା । ସ୍ଥାନୀୟ କୋକୁଜିକାନ ଏରେନାରେ ଏହି ରାଉଣ୍ଡ ୧୬ ମ୍ୟାଚ୍‌ ଖେଳାଯାଇଥିଲା ।

ଚଳିତ ଅଲମ୍ପିକରେ ବକ୍ସିଂରେ ଏଯାବତ ଭାରତର ପ୍ରଦର୍ଶନ ପ୍ରଭାବୀ ରହିନାହିଁ । କେବଳ ମେରୀକମ ବିଜୟୀ ହୋଇଛନ୍ତି, ମାତ୍ର ବିକାଶ କ୍ରୀଷନ, ମନୀଷ କୌଶିକ, ଆଶିଷ କୁମାର ପରାଜୟ ସହ ପ୍ରତିଯୋଗୀତାରୁ ବାଦ ପଡିଛନ୍ତି । ଫଳରେ ଲଭଲିନାଙ୍କ ବିଜୟ ଭାରତୀୟ ବକ୍ସିଂ ଟିମ ପାଇଁ ଆଶ୍ବସ୍ଥିକର ହୋଇଛି ।

ବୋର୍ଗହେନଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ମଧ୍ୟ ତାଙ୍କ ପରି ଦୁଇ ଥରର ବିଶ୍ବ ଚମ୍ପିଆନସିପ୍‌ ବ୍ରୋଞ୍ଜ ପଦକ ବିଜେତା ରହିଛନ୍ତି । ୩୫ ବର୍ଷୀୟ ଅଭିଜ୍ଞ ବକ୍ସର ୨୦୧୯ ୟୁରୋପିଅନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

୨୩ ବର୍ଷୀୟା ଆସାମ ବକ୍ସର ଲଭଲିନା ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ରାଉଣ୍ଡରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସମସ୍ତ ଟି ରାଉଣ୍ଡରେ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2021, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.