ETV Bharat / sports

Tokyo Olympics Day3: ପୁରୁଷ ହକି ଟିମ ଆଗରେ ଅଷ୍ଟ୍ରେଲିଆ, ମେରି-ସିନ୍ଧୁଙ୍କ ଉପରେ ନଜର

author img

By

Published : Jul 24, 2021, 10:48 PM IST

ରବିବାର ଦିନ ଭାରତ ଅଲମ୍ପିକ୍ସରେ ୯ଟି ଖେଳରେ ଭାଗ ନେବ । ଅଲମ୍ପିକ ପଦକ ବିଜେତା ଏମସି ମେରୀ କମ୍‌ ଓ ପିଭି ସିନ୍ଧୁ ନିଜର ଅଭିଯାନ ଆରମ୍ଭ କରିବେ । ଅଧିକ ପଢ଼ନ୍ତୁ...

tokyo-olympics-2020-day-3-indias-schedule
Tokyo Olympics: ୩ୟ ଦିନ କାର୍ଯ୍ୟସୂଚୀ, ଏହି ଖେଳାଳିଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍‌ର ତୃତୀୟ ଦିନରେ ଭାରତ ବ୍ୟାଡମିଣ୍ଟନ, ବକ୍ସିଂ, ଜିମ୍ନାଷ୍ଟିକ, ହକି, ସନ୍ତରଣ, ନୌଚାଳନା, ଟେନିସ, ଟେବୁଲ ଟେନିସ ଓ ଶୁଟିଂ ରେ ପଦକ ଆଶା ନେଇ ପଡ଼ିଆକୁ ଓହ୍ଲାଇବ । ବ୍ୟାଡମିଣ୍ଟନ ମହିଳା ଏକକ ବର୍ଗରେ ନିଜର ଅଭିଯାନ ଆରମ୍ଭ କରିବେ ପିଭି ସିନ୍ଧୁ ।

ବକ୍ସିଂରେ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ହେବ । ପୁରୁଷଙ୍କ ଲାଇଟୱେଟ ବର୍ଗରେ ମନିଷ କୌଶିକ ଭାରତ ପାଇଁ ପଦକ ଆଣିବା ପାଇଁ ଖେଳିବେ । ସେପଟେ ମହିଳାଙ୍କ ଫ୍ଲାଇୱେଟ ବର୍ଗରେ ସମସ୍ତଙ୍କ ଦୃଷ୍ଟି ୬ ଥର ବିଶ୍ବ ଚାମ୍ପିୟନ ମେରୀ କମ୍‌ଙ୍କ ଉପରେ ରହିବ । ଏହାଛଡ଼ା ଜିମନାଷ୍ଟିକରେ ଭାରତର ପ୍ରଣତି ନାୟକ ନିଜର ପ୍ରଥମ ଅଲମ୍ପିକ କ୍ଷଣକୁ ଖାସ୍‌ କରିବା ପାଇଁ ଖେଳିବେ ।

tokyo-olympics-2020-day-3-indias-schedule
Tokyo Olympics: ୩ୟ ଦିନ କାର୍ଯ୍ୟସୂଚୀ

୨୫ ଜୁଲାଇରେ ହେବ ହକିର ବଡ଼ ମ୍ୟାଚ

୨୫ ଜୁଲାଇ ହକି ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ପୁରୁଷ ଦଳ ମୁହାଁମୁହିଁ ହେବେ । ଉଭୟ ଟିମ୍‌ ନିଜ ନିଜର ପ୍ରଥମ ମ୍ୟାଚ ଜିତିନେଇଛନ୍ତି । ତେବେ ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଥିବା ବେଳେ ତାକୁ ହରାଇବା ଭାରତୀୟ ଟିମ୍‌ ପାଇଁ ସହଜସାଧ୍ୟ ହେବ ନାହିଁ ।

ଭାରତ ନିଜର ପ୍ରଥମ ମ୍ୟାଚରେ ଶନିବାର ନ୍ୟୁଜିଲାଣ୍ଡକୁ ୩-୨ ରେ ପରାସ୍ତ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହକି ମ୍ୟାଚର ଆରମ୍ଭ ଅପରାହ୍ଣ ୩ଟାରେ ହେବ । ହକି ବ୍ୟତିତ ରୋଇଙ୍ଗର ପୁରୁଷ ଲାଇଟୱେଟ ଇଭେଣ୍ଟରେ ଅରୁଣ ଲାଲ୍‌ ଓ ଅରବିନ୍ଦ ସିଂହ ଭାରତୀୟ ଦାବିଦାର ରହିବେ ।

ଟୋକିଓ ଅଲମ୍ପିକ୍‌ର ତୃତୀୟ ଦିନରେ ଶୁଟିଂରେ ମହିଳା ଓ ପୁରୁଷ ବର୍ଗର ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର କ୍ବାଲିଫିକେସନ ରାଉଣ୍ଡ ହେବ ଓ ପରେ ଫାଇନାଲ ମଧ୍ୟ ଖେଳାଯିବ । ଏହା ପୂର୍ବରୁ ୨୪ ଜୁଲାଇରେ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ପ୍ରଦର୍ଶନ ନିରାଶାଜନକ ରହିଛି ।

ଏମିତିରେ ଆଶା ରହିଛି ଯେ ରବିବାର ମନୁ ଭାକର ଓ ଯଶସ୍ବନୀ ଦେଶୱାଲ ଭାରତର ପଦକ ଟାଲିରେ ଆଉ ପଦକ ଯୋଡ଼ିବାରେ ସକ୍ଷମ ହେବେ । ଏହାଛଡ଼ା ନୌଚାଳନାରେ ପୁରୁଷ ଓ ମହିଳା ଇଭେଣ୍ଟ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.