ଟୋକିଓ: Tokyo Olympics ରେ ଶେଷ ହୋଇଛି ଷଷ୍ଠ ଦିନର ଖେଳ । ଏପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ପଦକକୁ ଛାଡ଼ି ଆଉ କୌଣସି ଉପଲବ୍ଧି ଭାରତ ହାତକୁ ଆସି ନାହିଁ । ତେବେ ଖେଳର ଷଷ୍ଠ ଦିନରେ କିଛିଟା ଭଲ ପ୍ରଦର୍ଶନ ବକ୍ସିଂ, ତୀରନ୍ଦାଜୀ ଓ ବ୍ୟାଡମିଣ୍ଟନରେ ଦେଖିବାକୁ ମିଳିଥିଲା । ଯାହାପରେ ପଦକ ଆଶାରେ ରହିଛନ୍ତି ଦେଶବାସୀ । ଗୁରୁବାର ଭାରତୀୟ ଆଥଲେଟଙ୍କ ଉପରେ ପୁଣି ରହିବ ନଜର ।
-
Set your alarms ⏰#TeamIndia has an action packed day tomorrow.
— SAIMedia (@Media_SAI) July 28, 2021 " class="align-text-top noRightClick twitterSection" data="
Take a look at @Tokyo2020 events scheduled for 29 July. Catch your favourite athletes in action on @ddsportschannel and send in your #Cheer4India messages below. pic.twitter.com/EnhmOUUJVs
">Set your alarms ⏰#TeamIndia has an action packed day tomorrow.
— SAIMedia (@Media_SAI) July 28, 2021
Take a look at @Tokyo2020 events scheduled for 29 July. Catch your favourite athletes in action on @ddsportschannel and send in your #Cheer4India messages below. pic.twitter.com/EnhmOUUJVsSet your alarms ⏰#TeamIndia has an action packed day tomorrow.
— SAIMedia (@Media_SAI) July 28, 2021
Take a look at @Tokyo2020 events scheduled for 29 July. Catch your favourite athletes in action on @ddsportschannel and send in your #Cheer4India messages below. pic.twitter.com/EnhmOUUJVs
ତେବେ ଆସନ୍ତୁ ଜାଣିବା ଗୁରୁବାର ଭାରତର ରହିଛି କେଉଁ କେଉଁ ଇଭେଣ୍ଟ ଓ କେଉଁ ଭାରତୀୟ ଖେଳାଳିଙ୍କ ଉପରେ ରହିବ ଦେଶବାସୀଙ୍କ ଫୋକସ ।
ରୋଇଂ(ପୁରୁଷ): ଡବଲ୍ସ ସ୍କଲ ଫାଇନାଲ-B, ଅର୍ଜୁନ ଲାଲ ଜଟ ଓ ଅରବିନ୍ଦ ସିଂହ
ଭାରତୀୟ ସମୟ ସକାଳ ୫.୨୦ ମିନିଟରେ ଆରମ୍ଭ ହେବ ମ୍ୟାଚ ।
ଗଲ୍ଫ(ପୁରୁଷ): ପ୍ରଥମ ପର୍ଯ୍ୟାୟ, ଅନିର୍ବାନ ଲେହରୀ
ଭାରତୀୟ ସମୟ ସକାଳ ୫.୨୨ ମିନିଟରେ ହେବ ଆରମ୍ଭ ।
ଶୁଟିଂ(ମହିଳା ): ୨୫ ମିଟର ପିଷ୍ଟଲ କ୍ବାଲିଫାୟର, ରାହି ସରନୋବତ, ମନୁ ଭାକର
ଭାରତୀୟ ସମୟ ସକାଳ ୫.୩୦ ରୁ ଆରମ୍ଭ ।
ହକି (ପୁରୁଷ): ଭାରତ ବନାମ ଆର୍ଜେଣ୍ଟିନା (ପୁଲ-ଏ)
ଭାରତୀୟ ସମୟ ସକାଳ ୬.୦୦ ଟାରୁ ମ୍ୟାଚ ଆରମ୍ଭ ।
ବ୍ୟାଡମିଣ୍ଟନ(ମହିଳା): ଏକକ ବର୍ଗ ରାଉଣ୍ଡ ଅଫ୍ ୧୬, ପିଭି ସିନ୍ଧୁ
ଭାରତୀୟ ସମୟ ସକାଳ ୬.୧୫ ମିନିଟରୁ ଆରମ୍ଭ ହେବ ।
ତୀରନ୍ଦାଜୀ(ପୁରୁଷ): ବ୍ୟକ୍ତିଗତ ୧/୩୨ ଏଲିମିନେଶନ, ଅତନୁ ଦାସ
ଭାରତୀୟ ସମୟ ସକାଳ ୭.୩୧ ମିନିଟରୁ ଆରମ୍ଭ ।
ଗଲ୍ଫ(ପୁରୁଷ): ପ୍ରଥମ ପର୍ଯ୍ୟାୟ, ଉଦୟ ମାନେ
ଭାରତୀୟ ସମୟ ସକାଳ ୭.୩୯ ମିନିଟରେ ଆରମ୍ଭ ହେବ ।
ନୌଚାଳନା(ପୁରୁଷ): ଲେଜର ରେସ ୭ ଓ ୮ ଓ ୪୯er ରେସ୍ ୫ ଓ ୬, ବିଷ୍ପୁ ସରାଭନନ/ କେସି ଗଣପତି ଓ ବରୁଣ ଠକ୍କର
ଭାରତୀୟ ସମୟ ସକାଳ ୮.୩୫ ମିନିଟରୁ ଆରମ୍ଭ ।
ନୌଚାଳନା (ମହିଳା): ଲେଜର ରିଡାଏଲ ରେସ ୭ ଓ ୮, ନେତ୍ରା କୁମାନନ
ଭାରତୀୟ ସମୟ ସକାଳ ୮.୪୫ ମିନିଟ ରୁ ହେବ ଆରମ୍ଭ ।
ବକ୍ସିଂ(ପୁରୁଷ): ପ୍ରିଲିମ୍ସ-ରାଉଣ୍ଡ ଅଫ୍ ୧୬ (+91କିଗ୍ରା), ସତିଶ କୁମାର
ଭାରତୀୟ ସମୟ ସକାଳ ୮.୪୮ ମିନିଟରେ ଆରମ୍ଭ ହେବ ।
ବକ୍ସିଂ(ମହିଳା): ପ୍ରିଲିମ୍ସ-ରାଉଣ୍ଡ ଅଫ୍ ୧୬ (୫୧ କିଗ୍ରା), ଏମସି ମେରୀ କମ୍
ଭାରତୀୟ ସମୟ ଅପରାହ୍ଣ ୩.୩୬ ମିନିଟରେ ହେବ ଆରମ୍ଭ ।
ସନ୍ତରଣ(ପୁରୁଷ): ୧୦୦ ମିଟର ବଟରଫ୍ଲାଏ-ହିଟ୍ ୨, ସଜନ ପ୍ରକାଶ
ଭାରତୀୟ ସମୟ ଅପରାହ୍ଣ ୪.୧୬ ମିନିଟରୁ ଆରମ୍ଭ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ