ଟୋକିଓ: ଅଲମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖି ଦେଇଛନ୍ତି ହରିୟାଣାର ସୁନା ପୁଅ ନୀରଜ ଚୋପ୍ରା। ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ସ୍ବର୍ଣ୍ଣ ପଦକ ସହ ୧୩୦ କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ସେ । ତେବେ କେବଳ ଭାରତୀୟ ନୁହେଁ ନିଜ ପ୍ରତିପକ୍ଷଙ୍କ ମଧ୍ୟରେ ମଧ୍ୟ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ନୀରଜ । ପାକିସ୍ତାନର ଜାଭେଲିନ ଥ୍ରୋ ଆଥଲେଟ୍ ଅର୍ଶଦ ନଦୀମ ନୀରଜଙ୍କୁ ନିଜର ଆଦର୍ଶ ବୋଲି ମନେ କରନ୍ତି ।
ନୀରଜ ସ୍ବର୍ଣ୍ଣ ଜିତିବା ପରେ ଅର୍ଶଦ ନିଜେ ଟ୍ବିଟ କରି କହିଥିଲେ ଯେ, ‘‘ସ୍ବର୍ଣ୍ଣ ପଦକ ବିଜୟ ପାଇଁ ଅଭିନନ୍ଦନ ମୋ ଆଦର୍ଶ #NeerajCopra, ଏହାସହ ପଦକ ଜିତି ପାରିନଥିବାରୁ ସେ ନିଜ ଦୁଃଖ ପ୍ରକାଶ କରିଛନ୍ତି ।’’
ପାକିସ୍ତାନୀ ଆଥଲେଟ୍ ଅର୍ଶଦ ମଧ୍ୟ ଜାଭେଲିନ ଥ୍ରୋର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିଥିଲେ କିନ୍ତୁ ସେ ଶ୍ରେଷ୍ଠ ତିନି ଖେଳାଳିଙ୍କ ମଧ୍ୟରେ ରହି ପାରିନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ