ଟୋକିଓ: ଟୋକିଓ ସହରରେ ଚାଲିଛି ୨୦୨୦ ସମର ଅଲମ୍ପିକ୍ସ । ଆଉ ଜାପାନର ରାଜଧାନୀ କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସଜେଇ ହୋଇଛି ଆଲୋକ ମାଳାରେ । ବିନା ଦର୍ଶକରେ ଏହା ପ୍ରଥମ ଅଲମ୍ପିକ ହୋଇଥିବା ସତ୍ତ୍ବେ ଟୋକିଓ ଅନ୍ତରୀକ୍ଷରୁ ବେଶ୍ ଚିକମିକ୍ ଦେଖାଯାଉଛି । NASA ଇନଷ୍ଟ୍ରାମରେ ଟୋକିଓର ଏକ ସୁନ୍ଦର ଫୋଟ ପୋଷ୍ଟ କରିଛି । ଯେଉଁଥିରେ ରାତ୍ରୀର ଅନ୍ଧାରରେ ଆଲୋକ ମାଳା ସହ ଗୌରବର ଆଲୋକରେ ଖୁବ ଉଜ୍ବଳ ଦିଶୁଛି ଟୋକିଓ ସହର ।
- " class="align-text-top noRightClick twitterSection" data="
">
ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ISS) ରୁ ଏହି ଫଟୋକୁ NASA ମହାକାଶଚାରୀ ଶେନ୍ କିମ୍ବ୍ରୋ ଉତ୍ତୋଳନ କରିଛନ୍ତି । ‘‘ରାତିକୁ ଉଜ୍ବଳ କରିଛି ଅଲମ୍ପିକ ଖେଳ (The Olympic games light up the night) । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ISS) ରୁ ନାସା ମହାକାଶଚାରୀ ଶେନ୍ କିମ୍ବ୍ରୋ ଉତ୍ତୋଳନା କରିଥିବା ଏହି ଫଟୋରେ ଅଲମ୍ପିକ୍ସର ଯାଦୁରେ ଟୋକିଓ ସହର ଝିଲମିଲ କରୁଛି ।’’ ବୋଲି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି NASA ।
ଗୋଟିଏ ଦିନ ମଧ୍ୟରେ ଏହି ଫଟୋକୁ ୬.୯ ଲକ୍ଷ ଲୋକ ଲାଇକ କରିଥିବା ବେଳେ ୨୦୦୦ କମେଣ୍ଟ ମିଳିଥିଲା । ଜଣେ ୟୁଜର NASA କୁ ଏହା ମଧ୍ୟ ପଚାରିଥିଲେ ଯେ ପୃଥିବୀର କେତେ ଦୂରରୁ ଏହି ଫଟୋ ଉଠାଯାଇଛି । ଯାହାର ଉତ୍ତରରେ NASA କହିଥିଲା ଯେ ‘‘ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ISS) ପୃଥିବୀର ପରିକ୍ରମା ପ୍ରାୟ ୨୫୦ ମାଇଲ ଉଚ୍ଚରୁ କରିଥାଏ ।’’
ଅନ୍ୟ ଜଣେ ୟୁଜର ପଚାରିଥିଲେ NASA ର ମନପସନ୍ଦ ଖେଳ କ’ଣ ? ଯାହାର ଉତ୍ତରରେ NASA କହିଥିଲା, ‘‘ଆମେ ଏକ ଭଲ ସ୍ପେସୱାକକୁ ଭଲପାଉ । NASA ର ମହାକାଶଚାରୀ ମାନେ ଯେକୌଣସି ସ୍ଥାନରେ ୧୫୦୦-୨୫୦୦ ପର୍ଯ୍ୟନ୍ତ କ୍ୟାଲୋରୀକୁ ପ୍ରସ୍ତୁତି ସମୟ ଓ ୬.୫ ଘଣ୍ଟାର ସ୍ପେସୱାକ ମଧ୍ୟରେ ହ୍ରାସ କରି ପାରନ୍ତି, ତେଣୁ ସେମାନେ ଆମଠାରୁ ସବୁବେଳେ ପଦକ ପାଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ