ETV Bharat / sports

ଟୋକିଓ ଅଲମ୍ପିକରୁ ବାହାରିଲେ ନାଓମି ଓସାକା

author img

By

Published : Jul 27, 2021, 2:53 PM IST

ମହିଳା ଏକକ ମ୍ୟାଚ୍‌ରେ ରିପ୍ଳବିକ ଖେଳାଳି ମାର୍କେତା ଭୋନ୍ଦ୍ରୌସୋଭାଙ୍କୁ ଠାରୁ ୬-୧, ୬-୪ ସିଧାସଳଖ ସେଟ୍‌ରେ ଓସାକା ପରାସ୍ତ । ଅଧିକ ପଢନ୍ତୁ...

NAOMI OSAKA OUT OF TOKYO OLYMPICS 2020
ଟୋକିଓ ଅଲମ୍ପିକରୁ ନାଓମି ଓସାକା ବାହାର

ଟୋକିଓ: ବିଶ୍ବ ମାନ୍ୟତାର ନମ୍ବର 2 ଟେନିସ ଖେଳାଳି ଚଳିତ ଟୋକିଓ ଅଲମ୍ପିକ୍‌କୁ ବାଦ୍‌ । ମଙ୍ଗଳବାର ଖେଳାଯାଇଥିବା ମହିଳା ଏକକ ମ୍ୟାଚ୍‌ରେ ରିପ୍ଳବିକ ଖେଳାଳି ମାର୍କେତା ଭୋନ୍ଦ୍ରୌସୋଭାଙ୍କୁ ଠାରୁ ୬-୧, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଛନ୍ତି ଓସାକା ।

ପ୍ରଥମ ସେଟ୍‌ରେ ଓସାକା ନୈରାଶଜନକ ପ୍ରଦର୍ଶନ କରିଥିଲେ ଓ ମାତ୍ର ଗୋଟିଏ ପଏଣ୍ଟ ହାସଲ କରିପାରିଥିଲେ । ଫଳରେ ରିପ୍ଳବିକ ପ୍ରତିପକ୍ଷ ୬-୧ରେ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟ୍‌ରେ ଓସାକା କମବ୍ୟାକ କରିବା ନେଇ ଆଶା କରାଯାଉଥିଲା । ମାତ୍ର ଓସାକାଙ୍କୁ କୌଣସି ସୁଯୋଗ ଦେଇନଥିଲେ ଭୋନ୍ଦ୍ରୌସୋଭା । ଫଳରେ ସିଧାସଳଖ ସେଟ୍‌ରେ ହାରିଥିଲେ ଓସାକା ।

ପୂର୍ବରୁ ରବିବାର, ୱିମ୍ବଲଡନ ୨୦୨୧ ଚମ୍ପିଆନ ଆସଲେ ବାର୍ଟି ମହିଳା ଏକକ ଇଭେଣ୍ଟରୁ ପରାଜୟ ସହ ବିଦାୟ ନେଇଥିଲେ । ସ୍ପେନର ସାରା ସୋରିବସ ବାର୍ଟିଙ୍କୁ ୬-୪, ୬-୩ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଏହି ମ୍ୟାଚ ଏକଘଣ୍ଟା ୩୪ ମିନିଟ ଧରି ଖେଳାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.