ହାଇଦ୍ରାବାଦ: ଚଳିତ ଅଲିମ୍ପିକ ଗେମ୍ସରେ ଭଲ ପ୍ରଦର୍ଶନ ଆଶା କରିଥିବା ଭାରତ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିପାରି ନାହିଁ । 5 ଦିନ ପାଇଁ ଅଭିଯାନ ଶେଷ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଏକମାତ୍ର ପଦକ ଭାରତ ଖାତାକୁ ଆସିଛି, ଯାହାକୁ ଦେଶର ଷ୍ଟାର ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଆଣିଦେଇଛନ୍ତି ।
ବର୍ତ୍ତମାନ Tokyo Olympics ଗେମ୍ସରେ ଦେଶ ଦ୍ବିତୀୟ ପଦକକୁ ଅପେକ୍ଷା କରିଛି । ତେବେ ସେତେଟା ଭଲ ପ୍ରଦର୍ଶନ ହୋଇପାରିନଥିବା ଯୋଗୁଁ ଭାରତ ପଦକ ତାଲିକାରେ 39 ତମ ସ୍ଥାନରେ ରହିଛି।
ଖେଳର ଷଷ୍ଠ ଦିନରେ ଭାରତୀୟ ଖେଳାଳିମାନେ ପଦକ ପାଇଁ ପୁଣି ଥରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମଙ୍ଗଳବାର Tokyo Olympics 5ମ ଦିନରେ ଭାରତର କୌଣସି ପଦକ ଜିତିପାରି ନାହିଁ ।
ଶୁଟିଂ, ଟେନିସ୍, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ସବୁ ଖେଳରେ ଗୋଟିଏ ପରେ ଗୋଟିଏ ନିରାଶାଜନକ ଖବର ହିଁ ଆସିଥିଲା । ତେବେ ବର୍ତ୍ତମାନ ବ୍ୟାଡମିଣ୍ଟନ, ବକ୍ସିଂ ଏବଂ ହକିରେ ପଦକ ଜିତିବା ନେଇ ଭାରତର ଆଶା ଜାଗ୍ରତ ରହିଛି। ଏହା ବ୍ୟତୀତ ଦେଶ କୁସ୍ତି, ଜାଭେଲିନ୍ ଥ୍ରୋରୁ ମଧ୍ୟ ପଦକ ବିଜୟ ଆଶା ରଖିଛି ।
ତେବେ ବର୍ତ୍ତମାନ ସୁଦ୍ଧା ପଦକ ତାଲିକାରେ କେଉଁ ଦେଶର କେଉଁ ସ୍ଥାନରେ ରହିଛି ତାହା ଉପରେ ନଜର ପକାନ୍ତୁ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ