ETV Bharat / sports

Tokyo Paralympic; ଚମକିଲେ ଅବନୀ, ସୁଟିଂରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ - Gold Medal

ସୁଟିଂରେ ଭାରତକୁ ସ୍ବର୍ଣ୍ଣିମ ସଫଳତା । ମହିଳା ସୁଟିଂରେ ଭାରତରୁ ସ୍ବର୍ଣ୍ଣ ପଦକ ଦେଇଛନ୍ତି ଅବନୀ ଲେଖାରା । ଅଧିକ ପଢନ୍ତୁ...

ଚମକିଲେ ଅବନୀ, ସୁଟିଂରେ ଭାରତକୁ ସ୍ବର୍ଣ୍ଣ
ଚମକିଲେ ଅବନୀ, ସୁଟିଂରେ ଭାରତକୁ ସ୍ବର୍ଣ୍ଣ
author img

By

Published : Aug 30, 2021, 8:26 AM IST

Updated : Aug 30, 2021, 2:20 PM IST

ଟୋକିଓ: ପାରାଅଲିମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ । ସୁଟିଂରେ ଭାରତକୁ ସ୍ବର୍ଣ୍ଣିମ ସଫଳତା । ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ । ମହିଳା ସୁଟିଂରେ ଭାରତରୁ ସ୍ବର୍ଣ୍ଣ ପଦକ ଦେଇଛନ୍ତି ଅବନୀ ଲେଖାରା । ପାରାଲିମ୍ପିକ୍ସରେ ସୁଟିଂରେ ମହିଳା ୧୦ମିଟର ଏଆର ରାଇଫଲ ଏସଏଚ ୧ ଯୋଗ୍ୟତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ଅବନୀ ।

ପାରାଅଲିମ୍ପରିକ୍ସରେ ପ୍ରଥମ ମହିଳା ଭାବରେ ଏହି ପଦକ ହାସଲ କରିଛନ୍ତି ଅବନୀ । ୧୯ ବର୍ଷିୟ ଅବନୀ ବିଶ୍ୱ ରେକର୍ଡର ସମକକ୍ଷ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ମୋଟ ୨୪୯.୬ ପଏଣ୍ଟ ସ୍କୋର କରିଥିଲେ। ୨୦୧୮ ଡିସେମ୍ବରରେ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ୟୁକ୍ରେନ୍‌ର ଇରୟନା ସ୍ୟୁତ୍‌ନିକ୍‌ । ଯାହାର ପାଖାପାଖି ପହଞ୍ଚିଛନ୍ତି ଅବନୀ ଲେଖାରା ।

ଅବନୀ ସପ୍ତମ ସ୍ଥାନରେ ରହି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସେ ୬୨୧.୭ ପଏଣ୍ଟ ହାସଲ କରିଥିଲେ । ତେବେ ଫାଇନାଲ୍‌ରେ ସେ ତାଙ୍କ ଖେଳରେ ବହୁତ ଉନ୍ନତି ଆଣିଥିଲେ । ଅବନୀ ସ୍ବର୍ଣ୍ଣ ଜିତିଥିବାବେଳେ ଚାଇନାର ଚୁଇପିଙ୍ଗ ୟାଙ୍ଗ ୨୪୮.୯ ସ୍କୋର କରିବା ସହିତ ରୌପ୍ୟ ପଦକ ଓ ୟୁକ୍ରେନର ଆରିୟାନ ବ୍ରୋଞ୍ଚ ପଦକ ଜିତିଛନ୍ତି । ଆବନୀଙ୍କର ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ରାଜସ୍ଥାନ ସିଏମ ଆଶୋକ ଗେହେଲଟ ୩କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

  • #TokyoParalympics में प्रदेश की अवनि लेखरा को स्वर्ण जीतने पर 3 करोड़, देवेंद्र झाझड़िया को रजत जीतने पर 2 करोड़ तथा सुन्दर सिंह गुर्जर को कांस्य पदक जीतने पर 1 करोड़ रूपये की राशि इनाम स्वरुप प्रदान की जाएगी।

    — Ashok Gehlot (@ashokgehlot51) August 30, 2021 " class="align-text-top noRightClick twitterSection" data=" ">

ଆଜିର ପଦକ ସହିତ ଭାରତ ପାଞ୍ଚଟି ପଦକ ହାସଲ କରିଛି । ଟେବୁଲ ଟେନିସ୍‌ରେ ଭାବିନା ପଟେଲ ଦେଶକୁ ପ୍ରଥମ ପଦକ ଦେଇଥିବାବେଳେ ନିଶାଦ୍ କୁମାର ପୁରୁଷ ହାଇଜମ୍ପ୍‌ରେ ରୌପ୍ୟ ପଦକ ବିନୋଦ କୁମାର ପୁରୁଷ ଡିସ୍‌କସ ଥ୍ରୋ’ରେ କାଂସ୍ୟ, ଡିସ୍‌କସ୍‌ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ।

@ANI

Last Updated : Aug 30, 2021, 2:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.