ETV Bharat / sports

Tokyo Paralympics: ଟେବୁଲ ଟେନିସ, ଟାଇକୋଣ୍ଡ ଏବଂ ଭାରୋତ୍ତଳନ ଇଭେଣ୍ଟରେ ପଦକ ଆଶା

author img

By

Published : Aug 22, 2021, 4:55 PM IST

ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ ଟୋକିଓ ପାରାଲମ୍ପିକ୍ସ ୨୦୨୧ । ଏଥିରେ ଭାଗ ନେବାକୁ ଥିବା ବିଭିନ୍ନ ଇଭେଣ୍ଟରେ କ୍ରୀଡ଼ାବିତଙ୍କ ଠାରୁ ପଦକ ଆଶା କରାଯାଉଛି । ଅଧିକ ପଢ଼ନ୍ତୁ...

Tokyo Paralympics: ଟେବୁଲ ଟେନିସ, ଟାଇକୋଣ୍ଡ ଏବଂ ଭାରୋତ୍ତଳନ ଇଭେଣ୍ଟରେ ପଦକ ଆଶା
Tokyo Paralympics: ଟେବୁଲ ଟେନିସ, ଟାଇକୋଣ୍ଡ ଏବଂ ଭାରୋତ୍ତଳନ ଇଭେଣ୍ଟରେ ପଦକ ଆଶା

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ Tokyo Paralympics ୨୦୨୧ର ମହାକୁମ୍ଭ ଆରମ୍ଭ ହେବ । ଯେଉଁଠି ବିଶ୍ବର ହଜାର ହଜାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ନିଜ ନିଜ ପରାକାଷ୍ଠା ଦେଖାଇ ଦେଶକୁ ଗୌରବାନ୍ବିତ କରିବାର ସୁଯୋଗ ପାଇବେ । ବିଭିନ୍ନ ଇଭେଣ୍ଟରେ ଭାଗ ନେଇ ବିଶ୍ବର ଜଣାଶୁଣା ଓ କମ ପରିଚିତ ଦିବ୍ୟାଙ୍ଗ କ୍ରୀଡ଼ାବିତ ।

ଟେବୁଲ ଟେନିସରେ ପଟେଲ ଯୋଡ଼ି ଭରସା

ତେବେ ଅଗଷ୍ଟ 24 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ ପାରାଲମ୍ପିଆନମାନେ ବିଭିନ୍ନ ଇଭେଣ୍ଟରେ ଜଲୱା ଦେଖାଇବେ । ଚଳିତ ବର୍ଷ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ପକ୍ଷରୁ ଟେବୁଲ ଟେନିସ ପାଇଁ ହ୍ବିଲ ଚେୟାରର କାଟାଗୋରୀ-4ରେ ଭାବିନା ପଟେଲ ଓ ହ୍ବିଲ ଚେୟାରର କାଟାଗୋରୀ-3ରେ ସୋନାଲବେନ ପଟେଲ ପ୍ରତିଦ୍ବନ୍ଦିତା କରିବେ ।

ଅଗଷ୍ଟ 25 ତାରିଖରେ ଆରମ୍ଭ ହେବ ଏହି ଇଭେଣ୍ଟ । ଏଥିରେ ଦୁଇ କ୍ରୀଡ଼ାବିତ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବେ ଆଶା ରଖିଛନ୍ତି । ସିଙ୍ଗଲ୍ସ ଛଡ଼ା ଏହି ଦୁଇ ଜଣ ଡବଲ୍ସ ଇଭେଣ୍ଟରେ ମଧ୍ୟ ଏକାସାଙ୍ଗରେ ପ୍ରତିଦ୍ବନ୍ଦିତା କରିବେ । 25, 26 ଓ 27 ତାରିଖରେ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହାପରେ ଅଗଷ୍ଟ 28 ଓ ୨୯ ତାରିଖରେ ଯଥାକ୍ରମେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।

ଟାଇକୋଣ୍ଡରେ ପଦକ ଆଶା

କେବଳ ଟେବୁଲ ଟେନିସ କାହିଁକି, ଟାଇକୋଣ୍ଡରେ ମଧ୍ୟ ଭାରତ ପକ୍ଷରୁ ଏକ ପଦକ ଆଶା କରାଯାଉଛି । ଭାରତ ପକ୍ଷରୁ ଜଣେ ମାତ୍ର ପାଲାଲମ୍ପିଆନ ଅରୁଣା ତନୱାର ଏହି ଇଭେଣ୍ଟରେ ଭାଗ ନେବେ । ହରିୟାଣାର ଏହି ୨୧ ବର୍ଷୀୟା କ୍ରୀଡ଼ାବିତ ୪୯ କେଜି ବର୍ଗରେ K୪୪ କାଟାଗୋରୀରେ ପ୍ରତିଦ୍ବନ୍ଦିତା କରିବେ । ସେପ୍ଟେମ୍ବର ୨ ତାରିଖରୁ ରାଉଣ୍ଡ ୧୬ରୁ ଏହି ଇଭେଣ୍ଟ ଆରମ୍ଭ ହେବ ।

ଭିଏତନାମରେ ଏସିଆନ ପାରାଲମ୍ପିକ୍ସର ଟାଇକୋଣ୍ଡ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ଅରୁଣା ତନୱାର । ବର୍ତ୍ତମାନ ତାଙ୍କ ବିଶ୍ବ ରାଙ୍କିଂ ୩୦ ରହିଛି । ଏହାଛଡ଼ା ତୁର୍କୀରେ ଖେଳାଯାଇଥିବା ବିଶ୍ବ ପାରା ଟାଇକୋଣ୍ଡ ଚମ୍ପିଆନସିପରେ ସେ କାଂସ୍ୟ ପଦକ ହାସଲ କରି ଦେଶର ନାମ ରଖିଥିଲେ । ଯାହାଫଳରେ ତାଙ୍କୁ ଟୋକିଓ ଟିକଟ ମଧ୍ୟ ମିଳିଥିଲା ।

ଭାରୋତ୍ତଳନରେ ମିଳିବ କି ପଦକ ?

ସେପଟେ ଭାରୋତ୍ତଳନ ଇଭେଣ୍ଟକୁ ନେଇ ମଧ୍ୟ ପଦକ ଆଶା କରାଯାଉଛି । ଏହି ଇଭେଣ୍ଟରେ ଭାରତର ମହିଳା ବର୍ଗରେ ସକିନା ଖାତୁନ ଓ ପୁରୁଷ ବର୍ଗରେ ଜୟଦୀପ ଭାଗ ନେବେ । ୫୦ କେଜି ବର୍ଗରେ ସକିନା ଖାତୁନ ପ୍ରତିଦ୍ବନ୍ଦିତା କରିବେ । ୨୦୧୪ କମନୱେଲ୍ଥ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ । ଏହାପରେ ପୁନଃ ୨୦୧୮ ପାରା ଏସିଆନ ଗେମ୍ସରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ଏହାସହ ପୁରୁଷ ୬୫ କେଜି ବର୍ଗରେ ଭାରତର ଜୟଦୀପ ପ୍ରତଦ୍ବନ୍ଦିତା କରିବେ । ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ଜଣେ ସହକାରୀ କୋଚ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅଗଷ୍ଟ ୨୭ ତାରିଖରୁ ଏହି ଦୁଇ କ୍ରୀଡ଼ାବିତ ନିଜର ଅଭିଯାନ ଆରମ୍ଭ କରିବେ ।

ତେବେ ଭାରତୀୟ ପାରାଲମ୍ପିଆମାନେ କ୍ରୀଡ଼ାପ୍ରେମୀଙ୍କ ଆଶାକୁ କେତେ ଦୂର ସଫଳ କରି ପାରିବେ ତାହାରି ଉପରେ ରହିବ ସଭିଙ୍କ ନଜର । ଟୋକିଓ ପାରାଲମ୍ପିଆନ ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲା କ୍ରୀଡ଼ା ମନ୍ତ୍ରାଳୟ । ଏଥିପାଇଁ ସମସ୍ତ କ୍ରୀଡ଼ାବିତ ଟୁର୍ଣ୍ଣାମେଣ୍ଟକୁ ନେଇ ସକରାତ୍ମକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.