ETV Bharat / sports

Tokyo Olympics: କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ଭେଟିବ ଭାରତ - ଭାରତୀୟ ହକି ଟିମ୍‌

ଅଗଷ୍ଟ ୧ ତାରିଖରେ କ୍ବାର୍ଟର ଫାଇନାଲରେ ଭାରତ ସହ ଗ୍ରେଟ ବ୍ରିଟେନର ମୁକାବିଲା ହେବା ନେଇ ସ୍ଥିର ହୋଇଛି । ଅଧିକ ପଢ଼ନ୍ତୁ...

India will take on Great Britain, india men hocky team, quarter finals, 1st August, tokyo olympics, ଗ୍ରେଟ ବ୍ରିଟେନକୁ ଭେଟିବ ଭାରତୀୟ ହକି ଟିମ୍‌, ଭାରତୀୟ ହକି ଟିମ୍‌
Tokyo Olympics: କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ଭେଟିବ ଭାରତ
author img

By

Published : Jul 30, 2021, 9:07 PM IST

ଟୋକିଓ: ଶୁକ୍ରବାର ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଁଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍‌ । ଯାହାପରେ ଅଗଷ୍ଟ ୧ ତାରିଖରେ ଭାରତ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ ସହ ମୁକାବିଲା କରିବା ନେଇ ସ୍ଥିର ହୋଇଛି ।

ଶୁକ୍ରବାର ପୁଲ-ବି ମ୍ୟାଚରେ ବେଲଜିୟମ ଓ ଗ୍ରେଟ ବ୍ରିଟେନ ମୁହାମୁହିଁ ହୋଇଥିଲେ । ଭାରତର ମୁକାବିଲା ଗ୍ରେଟ ବ୍ରିଟେନ ସହ ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ସହ ନେଦରଲାଣ୍ଡ, ଆର୍ଜେଣ୍ଟିନା ସହ ଜର୍ମାନୀ, ବେଲଜିୟମ ସହ ସ୍ପେନର ମ୍ୟାଚ ହେବା ନେଇ ସୂଚନା ରହିଛି ।

ଶୁକ୍ରବାର ମ୍ୟାଚରେ ମନପ୍ରୀତଙ୍କ ନେତୃତ୍ବରେ ଆରମ୍ଭରୁ ଆକ୍ରମଣ କରିଥିଲା ଭାରତୀୟ ଟିମ । ମ୍ୟାଚ ଆରମ୍ଭରୁ ୧୩ ମିନିଟ୍‌ରେ ପ୍ରଥମ ଗୋଲ୍‌ ହାସଲ କରିଥିଲା ଦଳ । ପରେ ଦ୍ବିତୀୟ କ୍ବାର୍ଟରରେ ଗୁରଜନ୍ତ ସିଂହ ଆଉ ଏକ ଚମତ୍କାର ଗୋଲ୍‌ କରିବା ସହ ଦଳ ୨-୦ ଆଗୁଆ ହୋଇଥିଲା । ୩୪ତମ ମିନିଟରେ ସମଶେର ସିଂହ ତୃତୀୟ ଗୋଲ୍‌ କରିଥିଲେ ।

ମ୍ୟାଚର ତୃତୀୟ କ୍ବାର୍ଟର ଶେଷ ହେବାକୁ ୩ ମିନିଟ ଥିବାବେଳେ ଭାରତକୁ ଦ୍ବିତୀୟ ପେନାଲିଟି କର୍ଣ୍ଣର ମିଳିଥିଲା । ମାତ୍ର ଏହା ଗୋଲ୍‌ରେ ପରିଣତ ହୋଇନଥିଲା । ଏହାସତ୍ତ୍ବେ ଶେଷ କ୍ବାର୍ଟର ପୂର୍ବରୁ ୩-୨ରେ ଆଗୁଆ ରହିଥିଲା ଭାରତ । ପରେ ନିଳକଣ୍ଠ ଶର୍ମା ଶେଷ କ୍ବାର୍ଟରରେ ଦୁଇଟି ଦମଦାର ଗୋଲ୍‌ କରି ଭାରତର ବିଜୟ ସୁନିଶ୍ଚିନ୍ତ କରିଥିଲେ ।

ତେବେ ଭାରତର ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନକ୍‌ଆଉଟ ପର୍ଯ୍ୟାୟ ପାଇଁ ମଧ୍ୟ ଟିମ ଶୁଭେଚ୍ଛା ଜଣାଇଛନ୍ତି । ମ୍ୟାଚ ଜିତି ଭାରତ ପାଇଁ ଗର୍ବ ଆଣନ୍ତୁ ବୋଲି କହିଛନ୍ତି ନବୀନ ।

  • Congratulate Indian Men’s Hockey Team for registering a splendid win over Japan, cementing quarter-final berth at #Tokyo2020. May the team continue the winning momentum in the knock out stages and bring laurels for the country. Wish the team best against Great Britain.

    — Naveen Patnaik (@Naveen_Odisha) July 30, 2021 " class="align-text-top noRightClick twitterSection" data=" ">

ଶୁକ୍ରବାର ମ୍ୟାଚ ପରେ ବର୍ତ୍ତମାନ ସବୁ ଭାରତୀୟଙ୍କ ନଜର ରହିବ ରବିବାର ହେବାକୁ ଥିବା କ୍ବାର୍ଟର ଫାଇନାଲ ଉପରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.