ETV Bharat / sports

Tokyo Olympics: ଜାଣନ୍ତୁ ଷଷ୍ଠ ଦିନରେ ଭାରତର କାର୍ଯ୍ୟସୂଚୀ

author img

By

Published : Jul 27, 2021, 10:18 PM IST

ବୁଧବାର ପୁଣି ଥରେ ନୂତନ ଆଶା ସହ ଭାରତ ମୈଇଦାନକୁ ଓହ୍ଲାଇବ । Tokyo Olympics ର ଜାଣନ୍ତୁ ଷଷ୍ଠ ଦିନରେ ଭାରତର କାର୍ଯ୍ୟସୂଚୀ...

Indias schedule for the 6th day, 6th day of Tokyo Olympics, ଷଷ୍ଠ ଦିନରେ ଭାରତର କାର୍ଯ୍ୟସୂଚୀ, Tokyo Olympics, ଭାରତୀୟ ଖେଳାଳି, ବୁଧବାର ଭାରତର କାର୍ଯ୍ୟସୂଚୀ
Tokyo Olympics: ଜାଣନ୍ତୁ ଷଷ୍ଠ ଦିନରେ ଭାରତର କାର୍ଯ୍ୟସୂଚୀ

ଟୋକିଓ: ମଙ୍ଗଳବାର କ୍ରମାଗତ ଭାବେ ବିଭିନ୍ନ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପରାଜୟର ସାମ୍ନା କରିଥିବା ବେଳେ ବୁଧବାର Tokyo Olympics ର ଷଷ୍ଠ ଦିନ ଉପରେ ସଭିଙ୍କ ନଜର ରହିବ । ବୁଧବାର ପିଭି ସିନ୍ଧୁ ଓ ଦୀପିକା କୁମାରୀ ଏକକ ବର୍ଗରେ ନିଜର ଦମ୍‌ ଦେଖାଇବେ ।

ଭାରତୀୟ ତୀରନ୍ଦାଜ ଟୋକିଓ ଅଲମ୍ପିକର ଟିମ୍‌ ପ୍ରତିଯୋଗିତାରେ ମିଳିଥିବା ନିରାଶାକୁ ଦୂର କରିବା ପାଇଁ ବୁଧବାର ହେବାକୁ ଥିବା ବ୍ୟକ୍ତିଗତ ପ୍ରତିଯୋଗିତାରେ କଠିନ ଚ୍ୟାଲେଞ୍ଜର ସାମ୍ନା କରିବେ । ଅଲମ୍ପିକରେ ବର୍ତ୍ତମାନ ସୁଦ୍ଧା ଭାରତ କେବଳ ଗୋଟିଏ ପଦକ ଜିତିଛି ।

ଦୁଇ ଦିନ ଧରି ଅସଫଳତା ହାତକୁ ଆସିଥିବା ବେଳେ ବୁଧବାର ପୁଣି ଥରେ ନୂତନ ଆଶା ସହ ଭାରତ ମୈଇଦାନକୁ ଓହ୍ଲାଇବ ।

ବୁଧବାର ଭାରତର କାର୍ଯ୍ୟସୂଚୀ-

ହକି: ଭାରତ ବନାମ ବ୍ରିଟେନ, ମହିଳା ପୁଲ-ଏ ମ୍ୟାଚ

ଭାରତୀୟ ସମୟ ଅନୁସାରେ ସକାଳ ୬.୩୦ ରେ ଆରମ୍ଭ ହେବ । ଭାରତୀୟ ମହିଳା ହକି ଟିମ୍‌କୁ ଜର୍ମାନୀ ବିପକ୍ଷରେ ଟୋକିଓ ଅଲମ୍ପିକର ପୁଲ-ଏ ମ୍ୟାଚରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହା ରାନୀ ରାମପାଲଙ୍କ ନେତୃତ୍ବାଧୀନ ଟିମରେ କ୍ରମାଗତ ଦ୍ବିତୀୟ ପରାଜୟ ଥିଲା ।

ବ୍ୟାଡମିଣ୍ଟନ: ପିଭି ସିନ୍ଧୁ, ମହିଳା ଏକକ ବର୍ଗ ଗ୍ରୁପ ପର୍ଯ୍ୟାୟ

ଭାରତୀୟ ସମୟ ଅନୁସାରେ ସକାଳ ୭.୩୦ ରେ ଆରମ୍ଭ ହେବ । ଚଳିତ ଟୋକିଓ ଅଲମ୍ପିକରେ ୨୬ ବର୍ଷୀୟ ସିନ୍ଧୁଙ୍କ ଉପରେ ସ୍ବର୍ଣ୍ଣ ପଦକ ପାଇଁ ସଭିଙ୍କ ନଜର ରହିଛି । ୫ ବର୍ଷ ପୂର୍ବରୁ ସିନ୍ଧୁଙ୍କୁ ପଦକ ଦାବେଦାରରେ ମଧ୍ୟ ଗଣା ଯାଉନଥିଲା କିନ୍ତୁ ରିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ କରି ସେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ବ୍ୟାଡମିଣ୍ଟନ: ବି ସାଇ ପ୍ରଣୀତ, ପୁରୁଷ ଏକକ ବର୍ଗ ଗ୍ରୁପ ପର୍ଯ୍ୟାୟ

ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୨.୩୦ ମିନିଟରେ ଆରମ୍ଭ ହେବ

ତୀରନ୍ଦାଜୀ: (ବ୍ୟକ୍ତିଗତ ପ୍ରତିଯୋଗିତା) ତରୁଣଦୀପ ରାୟ, ପୁରୁଷ ଅନ୍ତିମ ୩୨ ବର୍ଗ

ଭାରତୀୟ ସମୟ ଅନୁସାରେ ସକାଳ ୭.୩୧ ମିନିଟରୁ ହେବ ଆରମ୍ଭ ।

ତୀରନ୍ଦାଜୀ: (ବ୍ୟକ୍ତିଗତ ପ୍ରତିଯୋଗିତା) ପ୍ରବୀଣ ଯାଧବ, ପୁରୁଷ ଅନ୍ତିମ ୩୨ ବର୍ଗ

ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ ମିନିଟରୁ ଆରମ୍ଭ ।

ତୀରନ୍ଦାଜୀ: (ବ୍ୟକ୍ତିଗତ ପ୍ରତିଯୋଗିତା) ଦୀପିକା କୁମାରୀ, ମହିଳା ଅନ୍ତିମ ୩୨ ବର୍ଗ

ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୨.୧୪ ମିନିଟରୁ ଆରମ୍ଭ ।

ରୋଇଙ୍ଗ: ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ, ପୁରୁଷ ଡବଲ୍ ସ୍କଲ୍ସ ସେମିଫାଇନାଲ ଏ /ବି ୨

ଭାରତୀୟ ସମୟ ଅନୁସାରେ ସକାଳ ୮.୦୦ ଟାରୁ ଆରମ୍ଭ ।

ନୌଚାଳନା: କେସି ଗଣପତି ଓ ବରୁଣ ଠାକୁର, ପୁରୁଷ ସ୍କିଫ୍ ୪୯ ER

ଭାରତୀୟ ସମୟ ଅନୁସାରେ ସକାଳ 8:35ରୁ ଆରମ୍ଭ ହେବ ।

ବକ୍ସିଂ: ପୂଜା ରାନୀ, ମହିଳା ୭୫ କିଲୋଗ୍ରାମ ବର୍ଗ, ଅନ୍ତିମ ୧୬ ପର୍ଯ୍ୟାୟ

ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨.୩୩ ମିନିଟରୁ ଆରମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.