ETV Bharat / sports

Tokyo Paralympics: କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି

author img

By

Published : Aug 29, 2021, 3:51 PM IST

ପାରାଲମ୍ପିକ୍ସର ତୀରନ୍ଦାଜ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି । କ୍ବାର୍ଟରଫାଇନାଲ ମ୍ୟାଚରେ ତୁର୍କୀର ପାରାଅଲମ୍ପିଆନଙ୍କୁ ଭେଟିବ ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

Tokyo Paralympics: କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି
Tokyo Paralympics: କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି

ଟୋକିଓ: ପାରାଲମ୍ପିକ୍ସର ତୀରନ୍ଦାଜ ଇଭେଣ୍ଟରେ କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି । ଫାଇନାଲ ଫିଲ୍ଡ ମ୍ୟାଚରେ ଭାରତର ରାକେଶ କୁମାର ଓ ଜ୍ୟୋତି ବାଲ୍ୟନ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦୁଇ ଭାରତୀୟ ପାରାଲମ୍ପିଆନ ଥାଇଲାଣ୍ଡର ଯୋଡ଼ିକୁ ମାତ୍ ଦେଇ କ୍ବାର୍ଟର ଫାଇାନାଲରେ ପହଞ୍ଚିଛନ୍ତି ।

ରାଉଣ୍ଡ ୧୬ରେ ଥାଇଲାଣ୍ଡର ପ୍ରାଫାପୋର୍ଣ୍ଣ ଓ ଆନୋନଙ୍କୁ ୧୪୭-୧୪୧ ପଏଣ୍ଟରେ ମାତ ଦେଇଛନ୍ତି । ଏହି ମ୍ୟାଚରେ ଦୁଇ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରି ଲଗାତାର ପ୍ରତ୍ୟେକ ସେଟରେ ଆଗୁଆ ରହିଥିଲେ । ତେବେ ପ୍ରଥମ ସେଟରେ ଥାଇଲାଣ୍ଡର ପାରାଲମ୍ପିଆନ ଭାରତୀୟ ଖେଳାଳିଙ୍କୁ ଗୋଟିଏ ପଏଣ୍ଟରେ ମାତ ଦେଇଥିଲେ ।

ତେବେ ଏହାପରେ ରାକେଶ ଓ ଜ୍ୟାୋତି ଦୃଢ଼ତାର ସହ ପ୍ରତିଦ୍ବନ୍ଦିତାକୁ ଫେରି ଥାଇଲାଣ୍ଡ ଯୋଡ଼ିକୁ ପଛରେ ପକାଇଥିଲେ । ଦ୍ବିତୀୟ ଓ ତୃତୀୟ ସେଟକୁ ଗୋଟିଏ ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲେ ରାକେଶ ଓ ଜ୍ୟୋତି । ଏହି ଦୁଇ ଖେଳାଳି ୯, ୯,୧୦ ଓ ୧୦ କ୍ଲିନ ସଟ୍ ଖେଳିଥିଲେ ଦୁଇ ଖେଳାଳି । ଅପର ପକ୍ଷରେ ଥାଇଲାଣ୍ଡର ପାରାଲମ୍ପିଆନ କେବଳ ୮,୮,୮ ଓ ୯ ସଟରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କ୍ବାର୍ଟରଫାଇନାଲ ମ୍ୟାଚରେ ତୁର୍କୀର ପାରମ୍ପିଆନଙ୍କୁ ଭେଟିବ ଭାରତୀୟ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.