ETV Bharat / sports

Paralympics: ସୁମିତ-ଯୋଗେଶଙ୍କ ପାଇଁ ପୁରସ୍କାର ଘୋଷଣା

author img

By

Published : Aug 30, 2021, 10:19 PM IST

ଟୋକିଓ ପାରାଲମ୍ପିକ୍ସରେ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିବା ପରେ କ୍ରୀଡ଼ାବିତଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ...

Tokyo Paralympics: ସୁମିତ ଓ ଯୋଗେଶଙ୍କ ପାଇଁ ପୁରସ୍କାର ଘୋଷଣା କଲେ ହରିୟାଣା ସରକାର

ଚଣ୍ଡିଗଡ଼: ଟୋକିଓ ପାରାଲମ୍ପିକ୍ସରେ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିବା ପରେ କ୍ରୀଡ଼ାବିତଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି । ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସୁମିତ ଅଣ୍ଟିଲ ଓ ଡିସକସ୍ ଥ୍ରୋ' ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବା ଯୋଗେଶ କାଥୁନିୟାଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ହରିୟାଣା ସରକାର । ସୁମିତଙ୍କ ପାଇଁ ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଯୋଗେଶଙ୍କ ପାଇଁ ୪ କୋଟି ଘୋଷଣା କରିଛନ୍ତି ।

ପ୍ରଥମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସ୍‌କସ୍‌ ଫୋପାଡ଼ି ଥିଲେ ଯୋଗେଶ କାଥୁନିୟା । ପ୍ରଥମରୁ ଯୋଗେଶଙ୍କ ପ୍ରଦର୍ଶନ ଭଲ ନଥିଲା । ଦ୍ବିତୀୟ ପର୍ଯ୍ୟାୟରେ କମବ୍ୟାକ କରିଥିଲେ ଯୋଗେଶ । ଦ୍ବିତୀୟ ରାଉଣ୍ଡରେ ୪୨. ୩୮ମିଟର ଯାଏଁ ଡିସକସ ଫୋପାଡି ଥିଲେ । ଶେଷରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ସେପଟେ ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କଲେ ପାରାଲମ୍ପିଆନ ସୁମିତ । ଏହି ପଦକ ସହ ଆଜି ଗୋଟିଏ ଦିନରେ ୫ଟି ପଦକ ହାସଲ କରିଛି ଭାରତ । ଫାଇନାଲ ରାଉଣ୍ଡର ସମସ୍ତ ପ୍ରୟାସ ଲଗାତାର ଟପରେ ରହିଥିଲେ ସୁମିତ ଅନ୍ତିଲ । ଏହାକୁ ନେଇ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.