ETV Bharat / sports

Tokyo Olympics day 11: ପଦକ ଜିତି ପାରିଲେନି କମଲପ୍ରୀତ କୌର

author img

By

Published : Aug 2, 2021, 7:39 PM IST

ଟୋକିଓ ଅଲମ୍ପିକ ଗେମ୍ସ ଡିସ୍‌ସ୍କସ ଥ୍ରୋ ଫାଇନାଲରେ ଫେଲ ମାରିଲେ ଭାରତର କମଲପ୍ରୀତ କୌର । ଫାଇନାଲ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ପଦକ ହାସଲ କରିବା ଏହା ଯଥେଷ୍ଟ ନଥିଲା । ଅଧିକ ପଢ଼ନ୍ତୁ...

tokyo olympics day 11: ପଦକ ଜିତି ପାରିଲେନି କମଲପ୍ରୀତ କୌର

ଟୋକିଓ: ଟୋକିଓ ଅଲମ୍ପିକ ଗେମ୍ସ ଡିସ୍‌ସ୍କସ ଥ୍ରୋ ଫାଇନାଲରେ ଫେଲ ମାରିଲେ ଭାରତର କମଲପ୍ରୀତ କୌର । ଫାଇନାଲ ରାଉଣ୍ଡରେ ନିଜର ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ପଦକ ହାସଲ କରିବା ଏହା ଯଥେଷ୍ଟ ନଥିଲା । ଫାଇନାଲ ରାଉଣ୍ଡରେ କମଲପ୍ରୀତ କୌର ୬୩. ୭୦ ମିଟର ଡିସ୍‌ସ୍କସ ଫୋପାଡ଼ି ଥିଲେ । ଯାହାଫଳରେ ସେ ୧୨ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିବାକୁ ହିଁ ସକ୍ଷମ ହୋଇ ପାରିଥିଲେ ।

ଗତ ଜୁନ ମାସରେ ଜାତୀୟ ରେକର୍ଡ ପ୍ରତିଯୋଗିତାରେ ୬୬.୫୯ ମିଟର ଡିସ୍‌ସ୍କସ ଫୋପାଡ଼ି ଟୋକିଓ ଟିକଟ ହାସଲ କରିଥିଲେ କମଲପ୍ରୀତ କୌର । ଏହାପରେ ସେ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲରେ ମଧ୍ୟ ୬୪ ମିଟର ଡିସ୍‌ସ୍କସ ଫୋପାଡ଼ିଥିଲେ । ଯାହାଫଳରେ ସେ ଅଲମ୍ପିକ ଗେମ୍ସରେ ପଦକ ହାସଲ କରିବେ ବୋଲି ଆଶା କରାଯାଉଥିଲା । ତେବେ ଶତ ପ୍ରଚେଷ୍ଟା ସତ୍ତ୍ବେ ସେ ଏଥିରେ ଫେଲ ମାରିଛନ୍ତି ।

ଏହି ଇଭେଣ୍ଟରେ ଆମେରିକାର ଅଲମ୍ୟାନ ଭାଲାରୀ ୬୮.୯୮ ମିଟର ଡିସ୍‌ସ୍କସ ଫୋପାଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କ ପଛକୁ ଜର୍ମାନୀର ପୁଡେଞ୍ଜ କ୍ରୀଷ୍ଟିନ ୬୬.୮୬ ମିଟର ଡିସ୍‌ସ୍କସ ଫୋପାଡ଼ି ଥିଲେ । ବର୍ଷା ଯୋଗୁଁ ଇଭେଣ୍ଟ କିଛି ସମୟ ପାଇ ବାଧା ପ୍ରାପ୍ତ ହୋଇଥିଲା । କମଲପ୍ରୀତଙ୍କ ପରାଜୟ ପରେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଆଜି ଭାରତର ତୃତୀୟ ପଦକ ଆଶା ମଉଳି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.