ETV Bharat / sports

ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, 'ଜାରି ରହୁ ବିଜୟ ଯାତ୍ରା' - Tokyo olympics 2021

ଟୋକିଓ ଅଲମ୍ପିକର ମହିଳା ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ...

CM Naveen Patnaik congratulate Indian Women's Hockey Team for thumping victory in the quarter-final against Australia
ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, 'ଜାରି ରହୁ ବିଜୟ ଯାତ୍ରା'
author img

By

Published : Aug 2, 2021, 10:58 AM IST

Updated : Aug 2, 2021, 12:53 PM IST

ଭୁବନେଶ୍ବର: ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା । 'ଜାରି ରହୁ ବିଜୟ ଯାତ୍ରା' ବୋଲି କହିଛନ୍ତି ନବୀନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ ଯୋଗେଁ ମହିଳା ହକି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, 'ଜାରି ରହୁ ବିଜୟ ଯାତ୍ରା'

ଟୋକିଓ ଅଲମ୍ପିକର ମହିଳା ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ରାନୀ ରାମପାଲଙ୍କ ଟିମ ଗୁରୁତ୍ବପୂର୍ଣ୍ଣ କ୍ବାର୍ଟର-ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଲମ୍ପିକ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଅଷ୍ଟ୍ରେଲିଆ ଟିମକୁ ୧-୦ରେ ମାତ୍‌ ଦେଇଛି ।

ମ୍ୟାଚର ଦ୍ବିତୀୟ ୧୫ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗକୁ ଗୁରଜିତ କୌର ଦମଦାର ଗୋଲ୍‌ରେ ପରିଣତ କରିବା ପରେ ଭାରତ ୧-୦ରେ ଆଗୁଆ ରହିଥିଲା । ପରେ ଭାରତୀୟ ଟିମ ପ୍ରତିପକ୍ଷ କଙ୍ଗାରୁ ଖେଳାଳିଙ୍କୁ ପରବର୍ତ୍ତୀ ଦୁଇଟି କ୍ବାର୍ଟରରେ ଗୋଲ୍‌ କରିବାକୁ କୌଣସି ସୁଯୋଗ ଦେଇନଥିଲେ ।

CM Naveen Patnaik congratulate Indian Women's Hockey Team for thumping victory in the quarter-final against Australia
ଅଲମ୍ପିକ ସେମି ପ୍ରବେଶ ପରେ ମହିଳା ହକି ଟିମକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ସବିତା ପୁନିଆଙ୍କ ନେତୃତ୍ବରେ ଟିମର ଡିଫେନ୍ସ ଦମଦାର ରହିଥିଲା ଫଳରେ ତୃତୀୟ ଓ ଚତୁର୍ଥ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା । ଫଳରେ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।

ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି ଓଡିଶା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 2, 2021, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.