ETV Bharat / sports

Tokyo paralympics: ସର୍ବାଧିକ ଭାରତର କୀଡ଼ାବିତ ଭାଗ ନେବେ - ଟୋକିଓ ପାରାଲମ୍ପିକ୍ସ

ଟୋକିଓ ପାରାଲମ୍ପିକ୍ସରେ ଭାରତ ପକ୍ଷରୁ ସର୍ବାଧିକ ୫୪ ଜଣ ଖେଳାଳି ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଭାଗ ନେବେ । ଏହାଦ୍ବାରା ପାରାଲମ୍ପିକ୍ସରେ ସର୍ବାଧିକ ଖେଳାଳି ଭାଗ ନେଇଥିବା ଦେଶ ହେବ ଭାରତ । ଅଧିକ ପଢ଼ନ୍ତୁ...

Tokyo paralympics: ସର୍ବାଧିକ ଭାରତର କୀଡ଼ାବିତ ଭାଗ ନେବେ

author img

By

Published : Aug 22, 2021, 8:58 PM IST

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପକ୍ଷରୁ ସର୍ବାଧିକ ୫୪ ଜଣ ଖେଳାଳି ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଭାଗ ନେବେ । ଏହାଦ୍ବାରା ପାରାଲମ୍ପିକ୍ସରେ ସର୍ବାଧିକ ଖେଳାଳି ଭାଗ ନେଇଥିବା ଦେଶ ହେବ ଭାରତ । ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଏହି ଖେଳାଳିମାନେ ପୋଡିୟମ ଫିନିସ କରିବାକୁ ପ୍ରତିଦ୍ବନ୍ଦିତା କରିବେ । ଏହାକୁ ନେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଟାର୍ଗେଟ ଅଲମ୍ପିକ୍ସ ପୋଡିୟମ ସ୍ପିମ୍ ମାଧ୍ୟମରେ ଏହି କ୍ରୀଡ଼ାବିତଙ୍କୁ ପ୍ରସ୍ତୁତ କରାଯାଇଛି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ଦୁଇ ମହିଳା ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ସୋନାଲବେନ ପଟେଲଙ୍କ ଉପରେ ସଭିଙ୍କ ନଜର ରହିଛି । ଦୁହେଁ ନିଜ ନିଜ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ପଦକ ଦେବେ ବୋଲି ଆଶା କରାଯାଉଛି । ଟେବୁଲ ଟେନିସର ହ୍ବିଲ ଚେୟାର କାଟାଗୋରୀ-୪ରେ ଭାବିନା ପଟେଲ ରହିଥିବା ବେଳେ କାଟାଗୋରୀ-୩ରେ ରହିଛନ୍ତି ସୋନାଲବେନ ପଟେଲ ।

ଟୋକିଓ ପାରାଲମ୍ପିକ୍ସରେ ଓଡ଼ଶା ପ୍ରମୋଦ ଭଗତ ମଧ୍ୟ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାଗ ନେଇଥିବା ଏହି ଓଡ଼ିଆ ଖେଳାଳିଙ୍କ ଠାରୁ ମଧ୍ୟ ପଦକ ଆଶା କରୁଛନ୍ତି ରାଜ୍ୟବାସୀ । ଗତ ସିଜିନରେ ପ୍ରମୋଦ ଭଗତ ଭଲ ପ୍ରଦର୍ଶନ କରି ଅନେକ ପଦକ ହାସଲ କରିଛନ୍ତି ।

କେବଳ ଟେବୁଲ ଟେନିସ କାହିଁକି, ଟାଇକୋଣ୍ଡରେ ମଧ୍ୟ ଭାରତ ପକ୍ଷରୁ ଏକ ପଦକ ଆଶା କରାଯାଉଛି । ଭାରତ ପକ୍ଷରୁ ଜଣେ ମାତ୍ରା ପାଲାଲମ୍ପିଆନ ଅରୁଣା ତନୱାର ଏହି ଇଭେଣ୍ଟରେ ଭାଗ ନେବେ । ହରିୟାଣାର ଏହି ୨୧ ବର୍ଷୀୟା କ୍ରୀଡ଼ାବିତ ୪୯ କେଜି ବର୍ଗରେ K୪୪ କାଟାଗୋରୀରେ ପ୍ରତିଦ୍ବନ୍ଦିତା କରିବେ । ସେପ୍ଟେମ୍ବର ୨ ତାରିଖରୁ ରାଉଣ୍ଡ ୧୬ରୁ ଏହି ଇଭେଣ୍ଟ ଆରମ୍ଭ ହେବ ।

ଭିଏତନାମରେ ଏସିଆନ ପାରାଲମ୍ପିକ୍ସର ଟାଇକୋଣ୍ଡ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ଅରୁଣା ତନୱାର । ବର୍ତ୍ତମାନ ତାଙ୍କ ବିଶ୍ବ ରାଙ୍କିଂ ୩୦ ରହିଛି । ଏହାଛଡ଼ା ତୁର୍କୀରେ ଖେଳାଯାଇଥିବା ବିଶ୍ବ ପାରା ଟାଇକୋଣ୍ଡ ଚମ୍ପିଆନସିପରେ ସେ କାଂସ୍ୟ ପଦକ ହାସଲ କରି ଦେଶ ନାମ ଟେକ ରଖିଥିଲେ । ଯାହାଫଳରେ ତାଙ୍କୁ ଟୋକିଓ ଟିକଟ ମଧ୍ୟ ମିଳିଥିଲା ।

ଭାରୋତ୍ତଳନ ଇଭେଣ୍ଟକୁ ନେଇ ମଧ୍ୟ ପଦକ ଆଶା କରାଯାଉଛି । ଏହି ଇଭେଣ୍ଟରେ ଭାରତର ମହିଳା ବର୍ଗରେ ସକିନା ଖାତୁନ ଓ ପୁରୁଷ ବର୍ଗରେ ଜୟଦୀପ ଭାଗ ନେବେ । ୫୦ କେଜି ବର୍ଗରେ ସକିନା ଖାତୁନ ପ୍ରତିଦ୍ବନ୍ଦିତା କରିବେ । ୨୦୧୪ କମନୱେଲ୍ଥ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ । ଏହାପରେ ପୁନଃ ୨୦୧୮ ପାରା ଏସିଆନ ଗେମ୍ସରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ଏହାସହ ପୁରୁଷର ୬୫ କେଜି ବର୍ଗରେ ଭାରତର ଜୟଦୀପ ପ୍ରତଦ୍ବନ୍ଦିତା କରିବେ । ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ଜଣେ ସହକାରୀ କୋଚ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅଗଷ୍ଟ ୨୭ ତାରିଖରୁ ଏହି ଦୁଇ କ୍ରୀଡ଼ାବିତ ନିଜର ଅଭିଯାନ ଆରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.