ETV Bharat / sports

ସେମିରେ ମହିଳା ହକି ଟିମ୍; ଶୁଭେଚ୍ଛା ଜଣାଇଲେ ଏକ୍ସ କୋଚ୍ କବୀର, ରିପ୍ଲାଏ ଦେଲେ ରିଅଲ କୋଚ୍ ଶୋର୍ଡ - chak de india

ଭାରତୀୟ ମହିଳା ହକି ଟିମର ସମସ୍ତେ ମନେ ପକାଇଛନ୍ତି ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ (Chak De India)’ ଆଉ ତାର କୋଚ୍‌ କବୀର ଖାନଙ୍କୁ । ଅଧିକ ପଢ଼ନ୍ତୁ...

Coach Kabir Khan, actor Shahrukh khan, Shahrukh Khan reaction over the win of women hockey team, olympics quarter final, ଏକ୍ସ କୋଚ କବୀର ଖାନଙ୍କ ଶୁଭେଚ୍ଛା, କୋଚ କବୀର ଖାନ, ଭାରତୀୟ ମହିଳା ହକି ଟିମ,  chak de india
ଭାରତୀୟ ମହିଳା ହକି ଟିମ୍‌କୁ ଏକ୍ସ କୋଚ କବୀର ଖାନଙ୍କ ଶୁଭେଚ୍ଛା
author img

By

Published : Aug 2, 2021, 4:58 PM IST

Updated : Aug 2, 2021, 5:22 PM IST

ହାଇଦ୍ରାବାଦ: ରବିବାରକୁ ରୋମାଞ୍ଚିତ କରି Tokyo Olympics ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଟିମ ପହଞ୍ଚିଥିବା ବେଳେ ମହିଳା ହକି ଟିମ ମଧ୍ୟ ସୋମବାର ହାସଲ କରିଛି ସେମି ଟିକେଟ । ଅଷ୍ଟ୍ରେଲିଆ ଦଳକୁ ୧-୦ ରେ ହରାଇ ଇତିହାସ ରଚିଛନ୍ତି ମହିଳା ଟିମ୍‌ର ଖେଳାଳି ।

ତେବେ ଏହି ବିଜୟ ପରେ ସଭିଁଙ୍କ ପାଖରୁ ଭାରତୀୟ ମହିଳା ହକି ଟିମ୍‌ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଉ ଏହାରି ଭିତରେ ସମସ୍ତେ ମନେ ପକାଇଛନ୍ତି ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ (Chak De India)’ ଆଉ ତାର କୋଚ୍‌ କବୀର ଖାନଙ୍କୁ । ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନ୍‌ ଶାହରୁଖଙ୍କୁ ଭାରତୀୟ ମହିଳା ହକି ଟିମର କୋଚ୍‌ ଭାବେ ଦେଖିବାକୁ ମିଳିଥିଲା ।

କୋଚ କକୀର ଖାନ୍‌ ନିଜ ଦଳକୁ ଟ୍ରେନିଂ ଦେଇ କିଭଳି ଭାବେ ବିଶ୍ବ ଚାମ୍ପିୟନଶିପ ଜିତାଇଥିଲେ ତାହା ଦେଖିବାକୁ ମିଳେ ଏହି ଫିଲ୍ମରେ । ତେବେ ଟୋକିଓ ଅଲମ୍ପିକ୍‌ ରେ ମହିଳା ଦଳ ପ୍ରଥମେ ପରାଜୟ ଓ ତାପରେ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିବା ପରେ ସମସ୍ତଙ୍କୁ ମନେ ପଡ଼ିଛି ଚକ୍‌ ଦେ ଇଣ୍ଡିଆ ଫିଲ୍ମ ଓ ଶାହରୁଖ ଖାନ୍‌ଙ୍କୁ ଏଥିରେ ସମସ୍ତେ ଟ୍ୟାଗ କରିଛନ୍ତି ।

  • Haan haan no problem. Just bring some Gold on your way back….for a billion family members. This time Dhanteras is also on 2nd Nov. From: Ex-coach Kabir Khan. https://t.co/QcnqbtLVGX

    — Shah Rukh Khan (@iamsrk) August 2, 2021 " class="align-text-top noRightClick twitterSection" data=" ">

ତେବେ ବିଜୟ ପରେ ଭାରତୀୟ ମହିଳା ଟିମର କୋଚ୍‌ ଶୋର୍ଡ ମାରିନେ ମହିଳା ଟିମ ସହ ଫଟୋ ଟ୍ବିଟ କରି ଲେଖିଥିଲେ ଯେ, ‘‘ପରିବାର ମୁଁ ଦୁଃଖିତ, ମୁଁ ପୁଣି ପରେ ଫେରିବି (Sorry family , I coming again later)’’ । ଯାହାର ଉତ୍ତରରେ ଅଭିନେତା ଶାହରୁଖ ଖାନ ଲେଖିଛନ୍ତି, ‘‘ ହଁ ହଁ କିଛି ଅସୁବିଧା ନାହିଁ । କେବଳ ସ୍ବର୍ଣ୍ଣ ନେଇ ଫେରିଆସନ୍ତୁ, ଶହେ କୋଟି ପରିବାର ସଦସ୍ୟଙ୍କ ପାଇଁ । ଫ୍ରମ୍‌: ଏକ୍ସ କୋଚ୍‌ କବୀର ଖାନ୍‌ ।’’

  • Thank you for all the support and love. We will give everything again.
    From: The Real Coach. 😉 https://t.co/TpKTMuFLxt

    — Sjoerd Marijne (@SjoerdMarijne) August 2, 2021 " class="align-text-top noRightClick twitterSection" data=" ">

ଶାହରୁଖଙ୍କ ଟ୍ବିଟରେ ପୁଣି ଜବାବ ରଖି ଶୋର୍ଡ କହିଛନ୍ତି, ‘‘ଆପଣଙ୍କ ସହଯୋଗ ଓ ସ୍ନେହ ପାଇଁ ଧନ୍ୟବାଦ । ଆମେ ପୁଣି ଥରେ ନିଜର ସବୁକିଛି ଦେବୁ । ଫ୍ରମ୍‌: ଅସଲି କୋଚ (The Real Coach) ।

ତେବେ ବର୍ତ୍ତମାନ ସଭିଁଙ୍କ ନଜର ରହିବ ଉଭୟ ପୁରୁଷ ଓ ମହିଳା ସେମିଫାଇନାଲ ଉପରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2021, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.