ETV Bharat / sports

୨୦୦୮ ରୁ ୨୦୨୧: ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ପାଇଁ ଭାରତର ଦୀର୍ଘ ଅପେକ୍ଷା

୨୦୦୮ରେ ଅଭିନବ ବିନ୍ଦ୍ରାଙ୍କ ପରେ ଭାରତ ପାଇଁ ଆଉ କେହି ଆଣି ପାରିନଥିଲେ ଅଲମ୍ପିକ ସ୍ବର୍ଣ୍ଣ ପଦକ । ତେବେ ଦୀର୍ଘ ୧୩ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ସ୍ବର୍ଣ୍ଣ ନେଇ ଆସିଛନ୍ତି ଭାରତୀୟ ଆଥଲେଟ୍‌ ନୀରଜ ଚୋପ୍ରା । ଅଧିକ ପଢ଼ନ୍ତୁ...

author img

By

Published : Aug 7, 2021, 10:47 PM IST

Abhinav Bindra in 2008, Neeraj Chopra in 2021,  India's long wait, 2nd indivisual olympics gold medal, ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ,  ଭାରତର ଲମ୍ବା ଅପେକ୍ଷା, ଅଲମ୍ପିକ ସ୍ବର୍ଣ୍ଣ ପଦକ, ଅଭିନଭ ବିନ୍ଦ୍ରା, ୧୩ ବର୍ଷ ପ୍ରତୀକ୍ଷାର ଅନ୍ତ
୨୦୦୮ ରୁ ୨୦୨୧: ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ପାଇଁ ଭାରତର ଦୀର୍ଘ ଅପେକ୍ଷା

ହାଇଦ୍ରାବାଦ: ଅଲିମ୍ପିକ୍‌ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିବାରେ ଦେଶର ଦ୍ବିତୀୟ ଆଥଲେଟ୍ ହୋଇ ନୀରଜ ଚୋପ୍ରା ସର୍ବକାଳୀନ ସଫଳ ଭାରତୀୟ ଅଲିମ୍ପିଆନଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଛନ୍ତି । ନୀରଜ ଶନିବାର ଦିନ ପୁରୁଷ ଜାଭେଲିନ୍ ଥ୍ରୋରେ ୮୭.୫୮ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସ୍ବର୍ଣ୍ଣ ଜିତିଛନ୍ତି । ଯାହା ହେଉଛି ଗତ ୧୦୦ ବର୍ଷରେ ଆଥଲେଟିକ୍ସରେ ପ୍ରଥମ ଅଲମ୍ପିକ୍‌ ପଦକ ।

ଏସିଆନ୍ ଗେମ୍ସ, କମନୱେଲଥ୍ ଗେମ୍ସ ସହ ବର୍ତ୍ତମାନ ଅଲିମ୍ପିକରେ ମଧ୍ୟ ନୀରଜ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

୨୦୦୮ ମସିହାର ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଭାରତୀୟ କ୍ରୀଡା ପାଇଁ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଥିଲେ ସୁଟର୍‌ ଅଭିନବ ବିନ୍ଦ୍ରା । ଯାହାପରେ ବିତି ଯାଇଥିଲା ୧୩ ବର୍ଷ । ସ୍ବର୍ଣ୍ଣ ପଦକର ଆଶା ନେଇ ସାରା ଦେଶ ପ୍ରତିଟି ଅଲମ୍ପିକ୍‌ରେ ଖେଳାଳିଙ୍କୁ ଅନାଇ ରହେ । କିନ୍ତୁ ଆଶା ସବୁବେଳେ ଆଶାରେ ହିଁ ରହିଯାଏ । ତେବେ ଏହି ବର୍ଷ ଗୁଡ଼ିକରେ ପିଭି ସିନ୍ଧୁ ଓ ସୁଶୀଲ କୁମାର ସ୍ବର୍ଣ୍ଣ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ କିନ୍ତୁ ନିଜର ପ୍ରଥମ ଅଲମ୍ପିକ୍ସ ଖେଳୁଥିବା ନୀରଜ ସ୍ବର୍ଣ୍ଣ ଜିତି ଦେଶର ସ୍ବର୍ଣ୍ଣ ପଦକର ସ୍ବପ୍ନକୁ ସାକାର କରିଛନ୍ତି ।

ଅବିଶ୍ବସନୀୟ ଭାବରେ, ନୀରଜଙ୍କର ଏହା ଡେବ୍ୟୁ ଅଲମ୍ପିକ୍‌ ଥିବାବେଳେ ବିନ୍ଦ୍ରା ନିଜର ତୃତୀୟ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ପାଇଥିଲେ । ୨୦୦୦ ମସିହାରେ ଅଲିମ୍ପିକ୍ସରେ ଜଣେ ଯୁବ ସୁଟର ଭାବରେ ବିନ୍ଦ୍ରା ତାଙ୍କର ଡେବ୍ୟୁ କରିଥିଲେ ଏବଂ ୨୦୦୪ ଗେମ୍ସର ଯୋଗ୍ୟତା ପର୍ଯ୍ୟାୟରେ ରେକର୍ଡ ଭାଙ୍ଗିଥିଲେ ।

ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ର ଫାଇନାଲରେ ପହଞ୍ଚିବା ପରେ ସ୍ବର୍ଣ୍ଣ ଜିତିବା ପାଇଁ ସବୁଠାରୁ ନିକଟବର୍ତ୍ତୀ ହୋଇଥିବା ଭାରତୀୟ କୁସ୍ତିଯୋଦ୍ଧା ହୋଇଥିଲେ । ତେବେ ସେ ଜାପାନର ତାତଶୁହିରୋ ୟୋନେମିତସୋଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଥିଲେ ।

ସୁଶୀଲଙ୍କ ବ୍ୟତୀତ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଏକମାତ୍ର ଭାରତୀୟ ହୋଇଥିବା ଷ୍ଟାର ଶଟଲର ପିଭି ସିନ୍ଧୁ ରିଓ ୨୦୧୬ ରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚିଥିଲେ, ଯେଉଁଠାରେ ସେ ସ୍ପେନର କାରୋଲିନା ମାରିନଙ୍କ ଠାରୁ ୨୧-୧୯, ୧୨-୨୧, ୧୫-୨୧ରେ ହାରି ଯାଇଥିଲେ ।

ଟୋକିଓ ଗେମ୍ସରେ ପଦକ ଜିତିବା ନେଇ ନୀରଜଙ୍କ ଠାରୁ ସମସ୍ତେ ବେଶ୍‌ ଆଶାୟୀ ଥିଲେ । କିନ୍ତୁ ଜର୍ମାନୀର ଜୋହାନ୍ସ ଭେଟର୍ ସ୍ବର୍ଣ୍ଣ ପଦକ ପାଇଁ ସବୁଠୁ ବଡ଼ ଦାବେଦାର ଥିଲେ । ୯୦ ମିଟର ମାର୍କ ସହ ବିଶ୍ବର ନମ୍ବର ଏକ ହେଉଛନ୍ତି ଭେଟର । କିନ୍ତୁ ଚଳିତ ଅଲମ୍ପିକରେ ନମ୍ବର ଏକ୍‌ ଥିବା ଭେଟର ନୀରଜଙ୍କ ୮୭.୫୮ ମିଟର ଥ୍ରୋର ଆଖ ପାଖରେ ମଧ୍ୟ ପହଁଞ୍ଚି ନଥିଲେ ।

ନୀରଜଙ୍କ ସ୍ବର୍ଣ୍ଣ ପଦକକୁ ମିଶାଇ ଏପର୍ଯ୍ୟନ୍ତ ଭାରତ ପାଖରେ ରହିଛି ମୋଟ ୧୦ଟି ସ୍ବର୍ଣ୍ଣ ପଦକ । ଯେଉଁଥିରେ କେବଳ ପୁରୁଷ ହକିର ୮ଟି ସ୍ବର୍ଣ୍ଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.