ETV Bharat / sports

ୱିମ୍ବଲଡନରୁ ଓହରିଲେ ଡିଫେଣ୍ଡିଂ ଚମ୍ପିଆନ ସିମୋନା ହେଲେପ - ସିମୋନା ହେଲେପ

ଆହତ କାରଣରୁ ୱିମ୍ବଲଡନରୁ ଓହରି ଯାଇଛନ୍ତି ଡିଫେଣ୍ଡିଂ ୱିମ୍ବଲଡନ ମହିଳା ଚମ୍ପିଆନ ରୋମାନିଆର ସିମୋନା ହେଲେପ । ଅଧିକ ପଢନ୍ତୁ...

World No.3 Simona Halep withdraws from Wimbledon
ୱିମ୍ବଲଡନରୁ ଓହରିଲେ ଡିଫେଣ୍ଡିଂ ଚମ୍ପିଆନ ସିମୋନା ହେଲେପ
author img

By

Published : Jun 25, 2021, 9:13 PM IST

ଲଣ୍ଡନ: ଡିଫେଣ୍ଡିଂ ୱିମ୍ବଲଡନ ମହିଳା ଚମ୍ପିଆନ ରୋମାନିଆର ସିମୋନା ହେଲେପ ଶୁକ୍ରବାର ଆହତ କାରଣରୁ ୱିମ୍ବଲଡନରୁ ଓହରିଯାଇଛନ୍ତି । ୱିମ୍ବଲଡନ ୱେବସାଇଟକୁ ସିମୋନା କହିଛନ୍ତି, "ଦୁଃଖର ସହ ଏହା ଘୋଷଣା କରୁଛି, ଯେ ଆହତ ସମସ୍ୟାର ସଂପୂର୍ଣ୍ଣ ମୁକୁଳି ପାରିନଥିବାରୁ ଚମ୍ପିଆନସିପରୁ ଅଂଶଗ୍ରହଣ କରିପାରିବି ନାହିଁ ।"

29 ବର୍ଷୀୟା ସିମୋନା ବିଶ୍ବ ମହିଳା ଟେନିସ ମାନ୍ୟତାରେ 3 ନମ୍ବର ସ୍ଥାନରେ ରହିଛନ୍ତି । ବର୍ଷ 2019 ସଂସ୍କରଣର ୱିମ୍ବଲଡନ ତାଜ ହାସଲ କରିଥିଲେ ସିମୋନା । ମହାମାରୀ କୋଭିଡ-19 କାରଣରୁ 2020ରେ ଟେନିସ ଏହି ମେଗା ଇଭେଣ୍ଟ ବାତିଲ ହୋଇଥିଲା ।

ରୋମରେ ଖେଳାଯାଇଥିବା ଇଟାଲିଆନ ଓପନରେ ଜର୍ମାନୀର ଆଞ୍ଜେଲିକ କରବରଙ୍କ ବିପକ୍ଷ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଆହତ ହୋଇଥିଲେ ସିମୋନା । ଫଳରେ ଫ୍ରେଞ୍ଚ ଓପନରୁ ମଧ୍ୟ ଓହରିବାକୁ ବାଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.