ମେଲବର୍ଣ୍ଣ: ଦୁଇ ଦିନରେ ଟେନିସ ଜଗତର ଦୁଇ ଷ୍ଟାର ଖେଳାଳି କୋରୋନା ସଂକ୍ରମିତ ହୋଇଛନ୍ତି । ଋଷିଆନ ଟେନିସ ଷ୍ଟାର ତଥା ବିଶ୍ବ ଟେନିସ ମାନ୍ୟତାର ନମ୍ବର ୫ ଖେଳାଳି ରୁବଲେଭ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧୭ରୁ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବାକୁ ଯାଉଛି । ମାତ୍ର ଏହାର ୩ ସପ୍ତାହ ପୂର୍ବରୁ ରୁବଲେଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରବିବାର ବିଶ୍ବ ମାନ୍ୟତାର ୧୪ତମ ଖେଳାଳି କାନାର ଡେନିସ ସାପୋଭାଲୋଭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜାନୁଆରୀ ପହିଲାରୁ ରୁବଲେବ ବହୁଦେଶୀୟ ATP କପ୍ ଟୁର୍ନାମେଣ୍ଟ ଖେଳିବା ନେଇ ସୂଚୀ ରହିଥିଲା । ସିଡନୀରେ ଋଷିଆ, ଅଷ୍ଟ୍ରିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ମାତ୍ର ଅଷ୍ଟ୍ରେଲିଆନ ଓପନ କ୍ବାର୍ଟର-ଫାଇନାଲିଷ୍ଟ ରୁବଲେବ ଏହି ପ୍ରତିଯୋଗିତାରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।
ଏହାମଧ୍ୟ ପଢନ୍ତୁ: U19 Asia Cup: ଆଫଗାନିସ୍ତାନକୁ ହରାଇଲା ଟିମ ଇଣ୍ଡିଆ
ବିଶ୍ବର ଶୀର୍ଷ ୩ ଖେଳାଳି ରାଫେଲ ନାଦାଲ, ସପୋଭାଲୋଭ ଓ ଏବେ ରୁବଲେବ ଅଳ୍ପଦିନ ବ୍ୟବଧାନରେ COVID ରେ ସଂକ୍ରମିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ