ETV Bharat / sports

'ଶାରୀରିକ ଫିଟନେସ ଶିକ୍ଷା ସହ ସକାରାତ୍ମକ ମାନସିକ ପ୍ରଶିକ୍ଷଣ ଜରୁରୀ'

author img

By

Published : May 1, 2020, 10:44 AM IST

ସର୍ବଭାରତୀୟ ଟେନିସ ଆସୋସିଏସନର ପଞ୍ଜିକୃତ କୋଚ ଓ ଟେନିସ ଏକ୍ସପର୍ଟଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟି ଏଫ ଇଣ୍ଡିଆର ମିଳିତ ସହଯୋଗରେ ଅନଲାଇନ ସେସନର ଆୟୋଜନ କରାଯାଇଛି । ଏହି ଅନଲାଇନ ସେସନରେ ଯୋଗଦେଇ ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରୈନା, ଶାରୀରିକ ପ୍ରଶିକ୍ଷଣ ସହ ଟେନିସ ଖେଳାଳିଙ୍କୁ ସକରାତ୍ମକ ମାନସିକ ସନ୍ତୁଳନ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା କହିଛନ୍ତି ।

Work on mental aspect of game junior level: Ankita Raina
ଟେନିସ ଖେଳାଳିଙ୍କୁ ମାନସିକ ସନ୍ତୁଳନ ପ୍ରଶିଷଣ ଜରୁରୀ: ଅଙ୍କିତା ରୈନା

ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ ଆସୋସିଏସନ ଓ ଭାରତୀୟ କ୍ରୀଡା ପ୍ରାଧିକରଣରର ଅନଲାଇନ ସେସନରେ ଟେନିସ ଖେଳାଳି ଅଙ୍କିତା ରୈନାଙ୍କ ବଡ ବୟାନ । ସର୍ବଭାରତୀୟ ଟେନିସ ଆସୋସିଏସନର ପଞ୍ଜିକୃତ କୋଚ ଓ ଟେନିସ ଏକ୍ସପର୍ଟଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟି ଏଫ ଇଣ୍ଡିଆର ମିଳିତ ସହଯୋଗରେ ଅନଲାଇନ ସେସନର ଆୟୋଜନ କରାଯାଇଛି । ଏହି ଅନଲାଇନ ସେସନରେ ଯୋଗଦେଇ ଅଙ୍କିତା, ଶାରୀରିକ ପ୍ରଶିକ୍ଷଣ ସହ ଟେନିସ ଖେଳାଳିଙ୍କୁ ସକରାତ୍ମକ ମାନସିକ ସନ୍ତୁଳନ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା କହିଛନ୍ତି । ଏମିତିକି ଏହି ପ୍ରଶିକ୍ଷଣ ଜୁନିୟର ସ୍ତରରୁ ହେବା ଉଚିତ ବୋଲି ସେ କହିଛନ୍ତି ।

ଜୁନିୟର ଟେନିସ ଖେଳାଳିରୁ ସିନିୟର ସ୍ତରକୁ ଆସିବା ପୂର୍ବରୁ ଏକାଧିକ ଖେଳାଳି ଟେନିସକୁ ଛାଡି କ୍ୟାରିୟର ପାଇଁ ଅନ୍ୟକିଛି ଆପଣାଉଥିବା ଦେଖାଯାଉଛି । ସେଥିପାଇଁ ମାନସିକ ପ୍ରଶିକ୍ଷଣ ଜୁନିୟର ସ୍ତରରୁ ଆରମ୍ଭ ହେବା ଉଚିତ ବୋଲି ଏହି ଭାରତୀୟ ଷ୍ଟାର ଟେନିସ ଖେଳାଳି କହିଛନ୍ତି ।

ଅଙ୍କିତା, ଭାରତୀୟ ଟେନିସ ଖେଳାଳିଙ୍କ ମଧ୍ୟରେ WTA ମାନ୍ୟତାରେ ଶ୍ରେଷ୍ଠ ସ୍ଥାନ(163ତମ)ରେ ରହିଛନ୍ତି । ଗତ ଫେଡ କପରେ ଅବିଶ୍ବସନୀୟ ପ୍ରଦର୍ଶନ ସହ ସେ, ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.