ETV Bharat / sports

ଭାରି ପଡିଲା ଭୁଲ ସଟ୍, ୟୁଏସ ଓପନରୁ ବିଦା ହେଲେ ଜୋକୋଭିକ

ଭୁଲ ସଟ ମାରି ବିଶ୍ବର ନଂ1 ଖେଳାଳି ନୋଭାକ ଜୋକୋଭିକ ୟୁଏସ ଓପନରୁ ବିଦା ହୋଇଛନ୍ତି । ରବିବାର ଦିନ ପ୍ରିକ୍ବାଟର ଫାଇନାଲ ମୁକାବିଲାରେ ଜଣେ ମହିଳା ଅଧିକାରୀଙ୍କ ଠାରେ ଜୋକଭିକଙ୍କ ଏକ ସଟ୍ ବାଜିଥିଲା , ଏହି କାରଣରୁ ତାଙ୍କୁ ୟୁଏସ ଓପନ ଟୁର୍ଣ୍ଣାମେଣ୍ଟ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ।

author img

By

Published : Sep 7, 2020, 10:53 AM IST

ଭୁଲ୍‌ ସଟ ପଡିଲା ଭାରି, ୟୁଏସ ଓପନରୁ  ବିଦା ହେଲେ ଜୋକୋଭିକ
ଭୁଲ୍‌ ସଟ ପଡିଲା ଭାରି, ୟୁଏସ ଓପନରୁ ବିଦା ହେଲେ ଜୋକୋଭିକଭୁଲ୍‌ ସଟ ପଡିଲା ଭାରି, ୟୁଏସ ଓପନରୁ ବିଦା ହେଲେ ଜୋକୋଭିକ

ନ୍ୟୁୟର୍କ: ଭୁଲ ସଟ ମାରି ବିଶ୍ବର ନଂ1 ଟେନିସ ଖେଳାଳି ନୋଭାକ ଜୋକୋଭିକ ୟୁଏସ ଓପନରୁ ବିଦା ହୋଇଛନ୍ତି । ରବିବାର ଦିନ ପ୍ରିକ୍ବାଟର ଫାଇନାଲ ମୁକାବିଲାରେ ଜଣେ ମହିଳା ଅଧିକାରୀଙ୍କ ଠାରେ ଜୋକଭିକଙ୍କ ଏକ ସଟ୍ ବାଜିଥିଲା , ଏହି କାରଣରୁ ତାଙ୍କୁ ୟୁଏସ ଓପନ ଟୁର୍ଣ୍ଣାମେଣ୍ଟ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଜୋକଭିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ସୂଚନା ଆମେରିକା ଟେନିସ ସଂଘ(ୟୁଏସଟିଏ) ସୂଚନା ଦେଇଛି ।

ୟୁଏସଟିଏ ସୂଚନାନୁସାରେ, ଗ୍ରାଣ୍ଡସ୍ଲାମର ନିୟମାନୁସାରେ ଯଦି କୌଣସି ଖେଳାଳି ଅଧିକାରୀ କିମ୍ବା ଦର୍ଶକଙ୍କୁ ଆହତ କରନ୍ତି ତେବେ ଖେଳାଳି ଜଣଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଫାଇନ୍ ଦେବାକୁ ପଡିଥାଏ । ଏହି ଆଧାରରେ ମ୍ୟାଚ ରେଫରୀ ନୋଭାକ ଜୋକଭିକଙ୍କୁ ୟୁଏସ ଓପନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେଇଛନ୍ତି ।

ଜୋକୋଭିକଙ୍କ ପ୍ରିକ୍ବାଟର ମ୍ୟାଚର ଭିଡିଓ

ଫାଇନ ଆଧାରରେ ଜୋକଭିକଙ୍କ ପୁରସ୍କାର ରାଶିକୁ କାଟ୍‌ କରାଯିବ । ଏଥିସହ ତାଙ୍କର ରାଙ୍କିଙ୍ଗ ପଏଣ୍ଟ ମଧ୍ୟ ହ୍ରାସ ପାଇବ ।

  • This whole situation has left me really sad and empty. I checked on the lines person and the tournament told me that thank God she is feeling ok. I‘m extremely sorry to have caused her such stress. So unintended. So… https://t.co/UL4hWEirWL

    — Novak Djokovic (@DjokerNole) September 6, 2020 " class="align-text-top noRightClick twitterSection" data=" ">

ସୂଚନାମୁତାବକ, ଜୋକଭିକ ପ୍ରିକ୍ବାଟର ମ୍ୟାଚରେ ସ୍ପେନ ଖେଳାଳି ପାବ୍ଲୋ ବୁଷ୍ଟାଙ୍କ ସହ ମୁକାବିଲା କରୁଥିଲେ । ପ୍ରଥମ ସେଟ୍‌ରେ 5-6ରେ ହାରିଥିଲେ ଜୋକଭିକ । ଏହି ସମୟରେ ତାଙ୍କର ଏକ ସଟ୍‌ ଜଣେ ମହିଳା ଅଧିକାରୀଙ୍କ ବେକରେ ବାଜିଥିଲା । ଏହା ଦେଖିବା କ୍ଷଣି ଜୋକଭିକ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିଥିଲେ । ଏହାପରେ ଟୁର୍ଣ୍ଣାମେଣ୍ଟର ରେଫରୀଙ୍କ ସହ ଅମ୍ପାୟର ଆଲୋଚନା କରି ସ୍ପେନ ଖେଳାଳିଙ୍କୁ ବିଜେତା ବୋଲି ଘୋଷଣା କରିଥିଲେ ।

ସୂଚନାଥାଉକି, ଏହି ଟୁର୍ଣ୍ଣାମେଣ୍ଟରେ ରୋଜର ଫେଡରର ଓ ରାଫେଲ ନାଦାଲ ଅଂଶଗ୍ରହଣ କରି ନାହାଁନ୍ତି । ସେମାନଙ୍କ ଅନୁପସ୍ଥିତିରେ ୟୁଏସ ଓପନ ଟାଇଟଲର ଦାବେଦାର ଥିଲେ ବିଶ୍ବର ନଂ1 ଖେଳାଳି ନୋଭାକ ଜୋକୋଭିକ ।

ଜୋକୋଭିକ ବର୍ତ୍ତମାନ ସୁଦ୍ଧା 17 ଗ୍ରାଣ୍ଡସ୍ଲାମ ନିଜ ନାଁରେ କରିଥିବା ବେଳେ ଫେଡରର 20 ଓ ନାଦାଲ 19ଟି ଟାଇଟଲ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.