ETV Bharat / sports

ୟୁଏସ ଓପନ: କ୍ବାଟର ଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି

ଭାରତ-କାନାଡା ଯୋଡି ଶନିବାର ଦିନ ପୁରଷ ଯୁଗଳ ବର୍ଗର 2ୟ ରାଉଣ୍ଡରେ ଜର୍ମାନୀ ଯୋଡିଙ୍କୁ ମାତ୍‌ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

author img

By

Published : Sep 6, 2020, 12:44 PM IST

us-open
us-open

ନ୍ୟୁୟର୍କ: ଭାରତର ଅନୁଭବୀ ଟେନିସ ଖେଳାଳି ରୋହନ ବୋପନ୍ନା ଓ ତାଙ୍କର କାନାଡା ସାଥୀ ଡେନିସ ଶାପୋଭାଲୋଭ ଯୋଡି ୟୁଏସ ଓପନରେ ବିଜୟ ଯାତ୍ରା ଜାରି ରଖିଛନ୍ତି । ଭାରତ-କାନାଡା ଯୋଡି ଶନିବାର ଦିନ ପୁରଷ ଯୁଗଳ ବର୍ଗର 2ୟ ରାଉଣ୍ଡରେ କେଭିନ କ୍ରୱେଟ୍‌ଜ - ଆଣ୍ଡ୍ରିୟାସ ମିଜଙ୍କୁ ମାତ୍‌ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ବୋପନ୍ନା ଯୋଡି 2ୟ ରାଉଣ୍ଡ ମୁକାବିଲାରେ ଜର୍ମାନୀ ଯୋଡିଙ୍କ ଠାରୁ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ । ଏହାପରେ ଭାରତ-କାନାଡା ଯୋଡିଙ୍କ ସାନାଦାର ପ୍ରଦର୍ଶନ ବଳରେ 4-6,6-4,6-3 ସେଟ୍‌ରେ ଜିତି ୟୁଏସ ଓପନରେ ବିଜୟ ଧାରା ବଜାୟ ରଖିଛନ୍ତି । ଏହି 2ୟ ରାଉଣ୍ଡ ମ୍ୟାଚ 1ଘଣ୍ଟା 47ମିନିଟ ଯାଏଁ ଚାଲିଥିଲା ।

ବୋପନ୍ନା-ଶାପୋଭାଲୋଭ ଯୋଡି କ୍ବାଟର ଫାଇନାଲରେ ଜିନ ଜୁଲିୟନ ରୋଜର- ହୋରିୟା ତେକାଉ ଯୋଡିଙ୍କୁ ଆସନ୍ତାକାଲି(ସୋମବାର) ଭେଟିବେ । ସୂଚନାଥାଉକି, ଏହି ଟୁର୍ଣ୍ଣାମେଣ୍ଟରୁ ସୁମିତ ନାଗଲ ଓ ଦିବିଜ ଶରଣ ପରାସ୍ତ ହୋଇ ଆଉଟ ହେବା ପରେ ବର୍ତ୍ତମାନ ବୋପନ୍ନା ଏକମାତ୍ର ଖେଳାଳି ଯିଏ କି ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.