ନ୍ୟୁୟର୍କ: ୟୁଏସ ଓପନରେ ଭାରତୀୟ ଖେଳାଳିଙ୍କ ଯାତ୍ରା ସମାପ୍ତ । ଏଯାଏଁ ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସରେ ଏକ ମାତ୍ର ଭାରତୀୟ ଭାବେ ପ୍ରତିନିଧ୍ବତ କରୁଥିବା ଟେନିସ ଖେଳାଳି ମଙ୍ଗଳବାର କ୍ବାଟର ଫାଇନାଲରେ ପରାସ୍ତ ହୋଇଛନ୍ତି । ରୋହନ ବୋପନ୍ନା ଓ ତାଙ୍କର କାନାଡା ସାଥୀ ଡେନିସ ଶାପୋଭାଲୋଭଙ୍କ ଯୋଡି କ୍ବାଟର ଫାଇନରେ ଜିନ ଜୁଲିୟନ ରୋଜର- ହୋରିୟା ତେକାଉଙ୍କ ଯୋଡି ଠାରୁ 7-5, 7-5 ସେଟ୍ରେ ପରାସ୍ତ ହୋଇଛନ୍ତି ।
ଏହି ମ୍ୟାଚ 90ମିନିଟ ଯାଏଁ ଚାଲିଥିଲା ।
ଏହାପୂର୍ବରୁ ସୁମିତ ନାଗଲ ଓ ଦିବିଜ ଶରଣ ପରାସ୍ତ ହୋଇ ୟୁଏସ ଓପନରୁ ବିଦା ହୋଇ ସାରିଛନ୍ତି ।