ETV Bharat / sports

କୋରୋନା ପାଇଁ ଟଳିବ କି ପେସ୍‌ଙ୍କ ସନ୍ୟାସ ସମୟ ?

author img

By

Published : Mar 27, 2020, 11:46 PM IST

ଗତବର୍ଷ ପେସ୍‌ 2020ରେ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଟୋକିଓ ଅଲମ୍ପିକ 2021 ଯାଏଁ ସ୍ଥଗିତ ହେବା ପରେ ତାଙ୍କର ସନ୍ୟାସ ସମୟ ଟଳି ପାରେ ।

leander paes
leander paes

ନୂଆଦିଲ୍ଲୀ: କୋରୋନା ଭାଇରାସ କାରଣକୁ ଟୋକିଓ ଅଲମ୍ପିକକୁ 2021 ଯାଏଁ ସ୍ଥଗିତ କରାଯାଇଛି । ଏହି କାରଣରୁ ଭାରତୀୟ ଲୋକପ୍ରିୟ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ଙ୍କ ସନ୍ୟାସ ବି ଟଳିପାରେ । କାରଣ 8 ଥର ଅଲମ୍ପିକରେ ଅଂଶଗ୍ରହଣ କରିବାର ସ୍ବପ୍ନ ତାଙ୍କର ପୂରା କରିବେ ।

leander paes
କୋରୋନା ଭାଇରସ

ଟୋକିଓ ଅଲମ୍ପିକର ଆୟୋଜନ ଚଳିତବର୍ଷ 24 ଜୁଲାଇରୁ 9 ଅଗଷ୍ଟ ଯାଏଁ ହେବାର ଥିଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ 2021 ଯାଏଁ ସ୍ଥଗିତ କରାଯାଇଛି ଅଲମ୍ପିକ । ଗତବର୍ଷ ପେସ୍‌ 2020ରେ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଟୋକିଓ ଅଲମ୍ପିକ 2021 ଯାଏଁ ସ୍ଥଗିତ ହେବା ପରେ ତାଙ୍କର ସନ୍ୟାସ ସମୟ ଟଳି ପାରେ ।

leander paes
ଟୋକିଓ ଅଲମ୍ପିକ 2020

ପେସ୍‌ ମିଡିଆକୁ ନିଜର ସନ୍ୟାସକୁ ନେଇ କହିଛନ୍ତି ଯେ, ମୋ ବାପା ଚାହାଁନ୍ତି ମୁଁ ଆହୁରି ଖେଳେ । ସେ ମତେ ବହୁତ ଭଲ ଭାବରେ ଜାଣିଛନ୍ତି । ତାଙ୍କୁ ଜଣା ମୁଁ ସନ୍ୟାସ ନେବି ଯଦି ଆଗକୁ କିଛି କରି ପାରିବି ନାହିଁ ଓ ପୁଣି କୋର୍ଟକୁ ଆସି ହେବ ନାହିଁ ।

ପେସ୍‌ ଯୁଗଳ ଓ ମିଶ୍ରିତ ବର୍ଗରେ ମୋଟ 18ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିଣିଛନ୍ତି ।

ପେସ୍‌ କହିଛନ୍ତି ଯେ, ମୋର 8ମ ଅଲମ୍ପିକ ମୁଁ ଖେଳେ ବୋଲି ମୋ ଟିମ୍‌ ମତେ କହିଛନ୍ତି ଓ ଭାରତ ପାଇଁ ଇତିହାସ ରଚିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.