ETV Bharat / sports

କଟକରେ ସର୍ବଭାରତୀୟ ଟେନିସ୍‌ ପ୍ରତିଯୋଗିତା

author img

By

Published : Oct 19, 2019, 7:25 PM IST

ସିଲଭରସିଟିରେ ସର୍ବଭାରତୀୟ 12 ବର୍ଷରୁ କମ୍‌ ସବ୍‌ ଜୁନିୟର ଟେନିସ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 30 ଖେଳାଳି ଅଂଶ ଗ୍ରହଣ କରିଛନ୍ତି ।

tennis

କଟକ: ଶନିବାରଠୁ ବାରବାଟୀ ଟେନିସ କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ସର୍ବଭାରତୀୟ 12 ବର୍ଷରୁ କମ୍‌ ସବ୍‌ ଜୁନିୟର ଟେନିସ ପ୍ରତିଯୋଗିତା । ଏହି ଇଭେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାର ଖେଳାଳି ଦେଖାଇବେ ତାଙ୍କ ଦମ । ସମୂଦାୟ 30 ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ ଏହି ଇଭେଣ୍ଟରେ କଟକରୁ 4ଜଣ ଖେଳାଳି ଅଛନ୍ତି ।

ବାରବାଟୀରେ ସର୍ବଭାରତୀୟ ଟେନିସ୍‌ ପ୍ରତିଯୋଗିତା

ଟେନିସ ଆସୋସିଏସନ ସମ୍ପାଦକ ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ଏହି ମେଗା ଆୟୋଜନର ଲକ୍ଷ୍ୟ ହେଲା ପିଲାମାନଙ୍କ ମଧ୍ୟରେ ଟେନିସ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଟେନିସର ବିକାଶ କରିବା ।

ତେବେ ଏହି ଟେନିସ ପ୍ରତିଯୋଗତା ନିଶ୍ଚିତ ରୂପେ କୁନିକୁନି ପିଲାଙ୍କୁ ନୂତନ ଦିଗଦର୍ଶନ ଦେବା ସହ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ଏବେ କ୍ରୀଡା ର ସହର ରେ ପରିଗଣିତ ହେଲାଣି । ପ୍ରତି ମାସ ରେ କିଛି ମେଗା ଇଭେଣ୍ଟ ଦେଖିବକୁ ମିଳୁଛି କଟକ ରେ । ଯାହା କ୍ରୀଡା ପ୍ରେମୀ ଙ୍କ ମନକୁ ବେଶ ଛୁଇଁଛି । ତେବେ ରାଜ୍ୟଗୋଷ୍ଠି ଟେବୁଲଟେନିସ ପରେ ଏବେ ସର୍ବଭାରତୀୟ 12 ବର୍ଷରୁ କମ ସବ ଜୁନିୟର ଟେନିସ ପ୍ରତିଯୋଗୀତା ବାରଵାଟି ଟେନିସ କମ୍ପ୍ଲେକ୍ସ ରେ ଖଳାଯାଉଛି । ଯାହା ସିଲଭରସିଟି କୁ ଏକ ନୂତନ ପରିଚୟ ଦେବାରେ ଆଧାର ସାଜିଛି ।

Body:ଭିଓ୧: ଆଜିଠୁ ବାରବାଟୀ ଟେନିସ କମ୍ପ୍ଲେକ୍ସ ରେ ଆରମ୍ଭ ହେଲା ସର୍ବଭାରତୀୟ 12 ବର୍ଷରୁ କମ ସବ ଜୁନିୟର ଟେନିସ ପ୍ରତିଯୋଗୀତା । ଏହି ଇଭେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାର ଖେଳାଳି ଦେଖାଇବେ ତାଙ୍କ ଦମ । ସମୁଦାୟ 30 ଖେଲାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ ଏହି ଖେଳାଳିଙ୍କ ମଧ୍ୟରୁ ଅନେକ ଖେଳାଳି ଙ୍କ ପାଖରେ ରହିଛି ଜୋସ ଓ ପ୍ରତିଭା ଯାହା ମ୍ୟାଚ ସମୟରେ କାମ ରେ ଆସିବ ବୋଲି କହିଛନ୍ତି ଖେଳାଳି ।

ବାଇଟ: କମଲେଶ ରଥ
ବାଇଟ:ମିତିକା ଶାହା

ଭିଓ୨: ଅନ୍ୟପଟେ ଏହି ମେଗା ଆୟୋଜନ ର ଲକ୍ଷ୍ୟ କିପରି କଟକ ରେ ଟେନିସ କ୍ରୀଡା ର ବିକାଶ ହୋଇପାରିବ ବୋଲି କହିଛନ୍ତି ଟେନିସ ଆସୋସିଏସନ ସମ୍ପାଦକ ସତ୍ୟଜିତ ମହାନ୍ତି । ତେବେ ଏହି ଇଭେଣ୍ଟ ରେ କଟକ ହିଁ ବାଜି ମାରିବ ବୋଲି କହିଛନ୍ତି ସେ ।

ବାଇଟ: ସତ୍ୟଜିତ ମହାନ୍ତି( ସଂପାଦକ ଟେନିସ ଆସୋସିଏସନ ଓଡିଶା )

Conclusion:ଫାଭିଓ: 3 ଦିନ ଧରି ଚାଲିବାକୁ ଥିବା ଏହି ଟେନିସ ପ୍ରତିଯୋଗତା ନିଶ୍ଚୟ ରୂପେ କୁନିକୁନି ପିଲାଙ୍କୁ ନୂତନ ଦିଗଦର୍ଶନ ଦେବା ସହ ଆନ୍ତର୍ଜାତିକ ସ୍ତର ରେ ପହଁଚାଇବା ଏକପ୍ରକାର ସ୍ପଷ୍ଟ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.