ନୁର-ସୁଲତାନ: ଅସ୍ତାନା ଓପନରୁ ଦିବଜୀ ସରନ ଓ ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଛି । ଗୁରୁବାର ନ୍ୟାସନାଲ ଟେନିସ ସେଣ୍ଟରରେ ଯଥାକ୍ରମେ କ୍ବାର୍ଟର-ଫାଇନାଲ ଓ 16ତମ ରାଉଣ୍ଡରେ ପରାଜିତ ହେବା ପରେ ଉଭୟ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ସରନ ଓ ବ୍ରିଟିସ ପାର୍ଟନର ଲୁକି ବାମବ୍ରିଜ, ଅଷ୍ଟ୍ରେଲିଆ ଓପନ ରନର୍ସ-ଅପ୍ ମାକ୍ସ ପାର୍ସେଲ ଓ ଲୁକି ସାଭିଲେଙ୍କ ଠାରୁ 3-6, 5-7ରେ ପରାସ୍ତ ହୋଇଛନ୍ତି ।
ଅନ୍ୟପଟେ ରୋହନ ବୋପାନ୍ନା ଓ ଫ୍ରେଡ୍ରିକ ନିଲସେନଙ୍କ ଯୋଡି ଉରୁଗୁଏର ମାରକେଲୋ ଏରେଭଲୋ ଓ ବ୍ରିକ୍ସର ବୋସନିଆ-ହେରଜେଗୋଭିନାଙ୍କ ଠାରୁ 6-7(5), 7-6(3), 10-5 ସେଟରେ ପରାଜିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ