ଲେକ୍ସିଂଟନ(ୟୁଏସ): ଟେନିସ କୋର୍ଟକୁ ଖୁବଶ୍ରୀଘ୍ର ଫେରିବେ ଭେଟେରାନ ଟେନିସ ଖେଳାଳି ତଥ 23ଥର ଗ୍ରାଣ୍ଡସ୍ଳାମ ଚମ୍ପିଆନ ସେରେନା ୱିଲିୟମସ । ଟପ ସିଡ ଓପନର ପ୍ରଥମ ସଂସ୍କରଣରେ WTA ଟେନିସକୁ ଫେରିବେ ୱିଲିୟମସ ।
ଲେକ୍ସିଂଟନର କେଣ୍ଟୁକେଠାରେ ଅଗଷ୍ଟ 10ରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ, ୟୁଏସ ଓପନ ଚମ୍ପିଆନ ୱିଲିୟମସ, ସ୍ଳୋନେ ଷ୍ଟିଫେନଙ୍କୁ ଭେଟିବେ । ଏନେଇ ଟୁର୍ଣ୍ଣାମେଣ୍ଟର ଆୟୋଜକ ଗୁରୁବାର ଘୋଷଣା କରିଛନ୍ତି ।
ଫେବୃଆରୀରେ ଫେଡ କପରେ ପରାଜୟ ପରେ ୱିଲିୟମସନଙ୍କ ଏହା ପ୍ରଥମ ମ୍ୟାଚ ହେବ । ଫେଡ କପରେ ଜେଲେନା ଓସ୍ତାପେଙ୍କୋଙ୍କୁ ସେରେନ ପରାସ୍ତ କରିଥିଲେ ମାତ୍ର ଆନାସ୍ତାସିଜା ସେଭାସ୍ତୋଭାଙ୍କ ଠାରୁ ପରାସ୍ତ ହୋଇଥିଲେ ।
ଅଗଷ୍ଟ 31ରୁ ଆରମ୍ଭ ହେବାକୁ ଥିବା ୟୁଏସ ଓପନରେ 24ତମ ଗ୍ରାଣ୍ଡ ସ୍ଳାମ ଟାଇଟେଲ ଲକ୍ଷ୍ୟରେ ରହିଥିବା କହିଛନ୍ତି ସେରେନା ୱିଲିୟମସ । ତେବେ ମହାମାରୀ କୋରୋନା ଭାଇରସ ଯୋଗୁଁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ୟୁଏସ ଓପନ ଖେଳାଯିବା ନେଇ ଘୋଷଣା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ